ରାଫେଲ୍‌ ଚୁକ୍ତି ପ୍ରସଙ୍ଗ: ପୁଣି ସିଏଜିରେ କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ୍ ବିମାନ ଚୁକ୍ତିକୁ ନେଇ ମୋଦୀ ସରକାରଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିବା କଂଗ୍ରେସ ଆଜି ପୁଣି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ଦ୍ବାରସ୍ଥ ହୋଇଛି। ଦଳ ପକ୍ଷରୁ ସାନି ବିବରଣୀ ଦାଖଲ କରାଯାଇଛି। ଗତ ମାସରେ କଂଗ୍ରେସ ସିଏଜିଙ୍କ ନିକଟରୁ ଚୁକ୍ତି ସଂକ୍ରାନ୍ତରେ ଏକ ରିପୋର୍ଟ ଲୋଡ଼ିଥିଲା। ରାଫେଲ୍ ଚୁକ୍ତି ବାବଦରେ ନିକଟରେ ଘଟିଥିବା ଘଟଣା ସଂପର୍କରେ କଂଗ୍ରେସ ସିଏଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓ‌ଲାନ୍ଦ ଚୁକ୍ତି ବାବଦ‌ରେ ଯେଉଁସବୁ ବିବୃତି ଦେଇଥିଲେ ସେ ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସର ଏକ ପତ୍ରିକାକୁ ସାକ୍ଷାତକାର ଦେଇ ଓଲାନ୍ଦ କହିଥିଲେ ଯେ ଚୁକ୍ତି ପାଇଁ ଅଫ୍‌‌େସଟ୍ ସହଯୋଗୀ ଭାବେ ଶିଳ୍ପପତି ଅନୀଲ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଡିଫେନ୍ସକୁ ଚୟନ କରାଯାଇଥିଲା।

ସମ୍ବନ୍ଧିତ ଖବର