ଭାରତକୁ ରାଫେଲ୍‌ ଯୋଗାଣରେ ବିଳମ୍ବ ହେବନି: ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତକୁ ରାଫେଲ୍‌ ଜେଟ୍‌ ଯୋଗାଣ ପାଇଁ ଧାର୍ଯ୍ୟ ସମୟରେ ବିଳମ୍ବ ହେବନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଇମ୍ମା‌ନୁଏଲ୍‌ ଲେନେନ୍‌ ସୂଚନା ଦେଇଛନ୍ତି। ଚୁକ୍ତି ଭିତ୍ତିରେ ଭାରତକୁ ରାଫେଲ୍‌ ଦେବାପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ତାହାକୁ ଏଯାବତ୍ ସମ୍ମାନ ଦିଆଯାଇଛି ବୋଲି ଲେନେନ୍‌ କହିଛନ୍ତି। ସେହିପରି ଗତ ଏପ୍ରିଲ ଶେଷରେ ଭାରତୀୟ ବାୟୁ‌ସେନ‌ାକୁ ଫ୍ରାନ୍ସରେ ଏକ ନୂଆ ବିମାନ ହ‌ସ୍ତାନ୍ତର କରାଯାଇଥିଲା ବୋଲି ଲେନେନ୍‌ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତବର୍ଷ ଅକ୍ଟୋବର ୮ ତାରିଖରେ ଫ୍ରାନ୍ସର ବାୟୁସେନା ଘାଟିରୁ ପ୍ରଥମ ର‌ା‌ଫେଲ୍ ଜେଟ୍‌ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର