ଚୌକିଦାର ଚୋର୍‌ ହୈ! ଏହାକୁ ଆଜି ପ୍ରମାଣ କରିଛନ୍ତି ସୁପ୍ରିମ କୋର୍ଟ, ରାହୁଲଙ୍କ ଏଭଳି ବୟାନ ପରେ କିଛି ନ ଜାଣି ମତ ରଖିବା ରାହୁଲଙ୍କ ଅଭ୍ୟାସ ବୋଲି କହିଲେ ସୀତାରମଣ

ନୂଆଦିଲ୍ଲୀ : ବୁଧବାର ରାଫେଲ ଡିଲ୍‌କୁ ନେଇ ହୋଇଥିବା ଦୁର୍ନୀତି ଉପରେ ପୁନର୍ବିଚାର କରାଯିବ ବୋଲି ସୁପ୍ରିମ କୋର୍ଟ ଆଦେଶ ଦେବା ପରେ ମୋଦୀ ସରକାରଙ୍କ ବିପକ୍ଷ ଦଳକୁ ଏହା ଖୁସି କରାଇଛି । ଆଦଲତ ପୁଙ୍ଖାନୁପୁଙ୍ଖ ଭାବରେ ରାଫେଲ ସମୀକ୍ଷା ଆବେଦନଗଡ଼ିକର ଶୁଣାଣି କରିବ ବୋଲି କହିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି । ଆମେଥିରେ ଆଜି ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଆମେ ଅନେକ ପୂର୍ବରୁ ଚୌକିଦାର ଚୋର୍‌ ହୈ  ବୋଲି କହି ଆସୁଥିଲୁ । ଆଜି ସୁପ୍ରିମ କୋର୍ଟ ଆମର ଏହି କଥାକୁ ସତ ବୋଲି ପ୍ରମାଣ କରିଥିବା କହିଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ।

ଆମେ ସବୁ ଭଲ ଭାବରେ ଜାଣିଛେ, କଂଗ୍ରେସ ଅଧ୍ୟକ୍ଷ ଶୁଣାଣିର ଗୋଟେ ଧାଡ଼ି ମଧ୍ୟ ପଢ଼ି ନଥିବେ । କୌଣସି ଜିନିଷ ବିଷୟରେ ଭଲ ଭାବରେ ନ ଜାଣି ସୁପ୍ରିମ କୋର୍ଟ ମଧ୍ୟ ଚୌକିଦାର ଚୋର୍‌ ହୈ ବୋଲି ସ୍ୱିକାର କରି ନେଇଥିବା କହିବା ସୁପ୍ରିମ କୋର୍ଟର ଅବମାନନା କରିବା ଭଳି । ଯେଉଁ ବ୍ୟକ୍ତି ନିଜେ ଜାମିନ୍‌ରେ ଆସିଛି ଏବଂ ବାରମ୍ବାର ରାଜନୈତିକ ମର୍ଯ୍ୟାଦାର ସବୁ ସିଦ୍ଧାନ୍ତକୁ ଭାଙ୍ଗିବାରେ ଲାଗିଛି, ସେ ଏଭଳି ଆରୋପ ଲଗାଇବା ଗ୍ରହଣୀୟ ନୁହେଁ ବୋଲି କହିଥିଲେ ସୀତାରମଣ ।

aajtak.intoday.in

ଏହା ସହ ରାଫେଲ ଡିଲ୍‌କୁ ନେଇ ସଂପୂର୍ଣ୍ଣ ବିବରଣୀ ଦେବାକୁ ଯାଇ, ୨୦୧୮ରେ ସୁପ୍ରିମ କୋର୍ଟ  ରାଫେଲ ରାଜିନାମାକୁ ନେଇ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ । ଯେଉଁଥିରେ ରଫେଲ ବିମାନର ଦାମ୍‌, କିଣିବାର ପ୍ରକ୍ରିୟା ବିଷୟରେ ଲେଖା ଯାଇଥିଲା । କିନ୍ତୁ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ କିଛି ପୂର୍ବ କେନ୍ଦ୍ରମନ୍ତ୍ରୀ ଏବଂ ଓକିଲମାନେ ରାଫେଲର କିଛି ଭିନ୍ନ ଦସ୍ତାବିଜ ସହ ପୁନର୍ବିଚାର ପାଇଁ ଆବେଦନ କରିଥିଲେ । ଯାହାକୁ ଏବେ ସୁପ୍ରିମ କୋର୍ଟ ଗ୍ରହଣ କରିବା ସହ ପୁନର୍ବିଚାର କରିବା ପାଇଁ ଆଦେଶ ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସୁପ୍ରିମ କୋର୍ଟ କୌଣସି ରାୟ ରଖି ନାହାନ୍ତି । ଦୋଷୀ କିଏ ପ୍ରମାଣ ନ ହୋଇ କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି କହିବା ଆପତ୍ତିଜନକ ବୋଲି କହିଛନ୍ତି ସୀତାରମଣ ।

ସମ୍ବନ୍ଧିତ ଖବର