ଧରା ଦେଉନାହାନ୍ତି ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନ ଲାଗି ଆମ୍‌ ଆଦମି ପାର୍ଟି(ଆପ୍‌) କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଛି। ଆପ୍‌ ଅନୁମାନ କରୁଛି ଯେ ଯଦି କଂଗ୍ରେସ ଓ ଆପ୍‌ ଦଳ ଅଲଗା ଅଲଗା ଲଢିବେ ତେବେ ଗତ ଥର ଭଳି ଏଥର ବି ବିଜେପି ସମସ୍ତ ୭ଟି ଯାକ ଲୋକସଭା ଆସନରେ ବିଜୟ ହାସଲ କରିବ। ହେଲେ ରାହୁଲ ଗାନ୍ଧୀ ଆପ୍‌ ସହିତ ମେଣ୍ଟ କରିବାକୁ ରାଜି ନଥିବା କୁହାଯାଉଛି। ଏଥିପାଇଁ ମମତା ବାନାର୍ଜୀ,ଶରଦ୍‌ ପାଵାର୍‌ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ନେତାଙ୍କ ସହାୟତା ଆପ୍‌ ଲୋଡ଼ିଛି। ଏମାନେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ କରିବା ଲାଗି ପରାମର୍ଶ ଦେଇଥିବା କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଦିଲ୍ଲୀରେ ଲୋକସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ ପାଇଁ ‘ଆପ୍‌’ର ନେତା ସଂଜୟ ସିଂହ ନିକଟରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ଗୁଲାମ ନବୀ ଆଜାଦ୍‌ଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର