ରାହୁଲ ଟିକସ ଅଧିକାରୀଙ୍କୁ ଦେଖିଲେ ଦୌଡ଼ୁଛନ୍ତି: ସ୍ମୃତି

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗନ କରିବାକୁ ଖୁବ୍‌ ତତ୍ପରତା ଦେଖାଉଥିବା ବେଳେ କୌଣସି ଟିକସ ଅଧିକାରୀଙ୍କୁ ଦେଖିଲେ ଦୌଡ଼ି ପଳାଉଛନ୍ତି। କଂଗ୍ରେସ ସରକାରରେ ବଡ଼ ଋଣ ବଢ଼ିଥିଲା ଏବଂ ଗାନ୍ଧୀ ପରିବାର କରଦାତାଙ୍କୁ ଘୋର କ୍ଷତି ପହଞ୍ଚାଇଥିଲେ ବୋଲି ସ୍ମୃତି କହିଛନ୍ତି। ନ୍ୟାସନାଲ ହେରାଲ୍‌୍‌ଡ ମାମଲାରେ ରାହୁଲଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର