ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବାକୁ ବାହାରିନ୍‌ରେ ପହଞ୍ଚିଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଦିନିକିଆ ଗସ୍ତରେ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଆଜି ବାହାରିନ୍‌ରେ ପହଞ୍ଚିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବେ ଏହାର ରାହୁଳ ଗାନ୍ଧୀଙ୍କର ପ୍ରଥମ ବିଦେଶ ଗସ୍ତ।

ବାହାରିନ୍‌ରେ ରାହୁଳଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବାହାରିନ୍‌ରେ ରାହୁଳଙ୍କ ସ୍ୱାଗତ କରାଯାଉଥିବା ଦୃଶ୍ୟର ଏକ ଭିଡିଡ଼ କଂଗ୍ରେସର ଟୁଇଟର୍‌ ହ୍ୟାଣ୍ଡଲ୍‌ ଟୁଇଟ୍‌ କରିଛି।

ଭାରତୀୟ ବଂଶୋଦ୍ଭୋବମାନଙ୍କର ସଙ୍ଗଠନ ‘ଗ୍ଲୋବାଲ୍‌ ଅର୍ଗାନାଇଜେସନ୍‌ ଅଫ୍‌ ପିପଲ’ ଆୟୋଜନ କରିଥିବା ଏକ ସମ୍ମିଳନୀରେ ନବ ନିର୍ବଚାଚି କଂଗ୍ରେସ ଅଧ୍ୟକ୍ଷ ଅଭିଭାଷଣ ପ୍ରଦାନ କରିବେ।

ବାହାରିନ୍‌ସ୍ଥିତ ରାଜନୈତିକ ମୁଖ୍ୟ ଏବଂ ଭାରତୀୟ ବଂଶଦ୍ଭୋବ ବ୍ୟବସାୟୀ ସମ୍ପ୍ରଦାୟଙ୍କୁ ରାହୁଳ ଗାନ୍ଧୀ ଉଦ୍‌ବୋଧନ ଦେବା ସହ ଭାରତୀୟ ଅର୍ଥନୀତିର ଅବସ୍ଥା ବିଷୟରେ ଆଲୋଚନା କରିବେ। ରାହୁଳ ଗାନ୍ଧୀଙ୍କ ସହ ଯାଇଥିବା ପୂର୍ବତନ କଂଗ୍ରେସ ସାଂସଦ ମଧୁ ଗୌଡ଼ ୟାଶ୍‌କିଙ୍କ କହିବାନୁସାରେ, ଭାରତୀୟ ଅର୍ଥନୀତିର ମନ୍ଥରତା ଯୋଗୁଁ ପ୍ରବାସୀ ଭାରତୀୟମାନେ ଚିନ୍ତା ପ୍ରକଟ କରିଛନ୍ତି।

ବାହାରିନ୍‌ର ପ୍ରିନ୍‌ସ୍‌ ସଲମନ୍‌ ବିନ୍‌ ହମାଦ ଅଲ୍‌ ଖଲିଫାଙ୍କୁ ମଧ୍ୟ ରାହୁଳ ଭେଟିବେ।

ସମ୍ବନ୍ଧିତ ଖବର