୨୦୧୮ରେ ମୋଦି ୧କୋଟି ଚାକିରିର ସୁଯୋଗ ନଷ୍ଟ କରି ଦେଇଛନ୍ତି : ରାହୁଲ ଗାନ୍ଧି

15

ଇମ୍ଫାଲ : କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ମଣିପୁରର ରାଜଧାନୀ ଇମ୍ଫାଲରେ ଆୟୋଜିତ  ଏକ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିବା ଦେଖା ଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ପ୍ରତି ବର୍ଷ ୨କୋଟି ଯୁବକ-ଯୁବତୀଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ପରେ ବି ସେ ୨୦୧୮ରେ ୧କୋଟି ଚାକିରି ସୁଯୋଗକୁ ନଷ୍ଟ କରିଦେଇଛନ୍ତି । ଏହା ତାଙ୍କ ଅକ୍ଷମତାର ପ୍ରମାଣ ଦେଉଛି । ମୋଦିଙ୍କୁ ୨କୋଟି ଚାକିରି ସୁଯୋଗର ପ୍ରତିଶ୍ରୁତି ଏବେ ଅର୍ଥହୀନ ଏବଂ ହାସ୍ୟସ୍ପଦ କଥା ପାଲଟିଛି ବୋଲି କହିଥିଲେ ରାହୁଲ ।

Jansatta

ଏହା ପରେ ସେ ମୋଦିଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରାକରଣ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ମୋଦିଙ୍କର ବିମୁଦ୍ରାକରଣ କରିବାର ପଦକ୍ଷେପ ଲୋକମାନଙ୍କ ଜୀବନକୁ ନଷ୍ଟ କରି ଦେଇଥିଲା । ସକାଳୁ ଶୋଇ ଉଠିବା ପରେ ସେ ହଠାତ୍‌ କିଛି ନ ଭାବି ଏ ନିଷ୍ପତ୍ତି ନେଇ ଯାଇଥିଲେ। ଏହାର ପ୍ରଭାବ ବିଷୟରେ ନ ଭାବି ସେ ଏଭଳି ପଦକ୍ଷପ ନେବାରୁ ଅନେକ ଲୋକଙ୍କ ଜୀବନ ନଷ୍ଟ ହୋଇ ଯାଇଥିଲା । ତାଙ୍କୁ ଏ ସବୁ ଖେଳ ବୋଲି ଲାଗୁଛି । କିନ୍ତୁ କାହା ଉପରେ କ’ଣ ବିତୁଛି, ତାହା ସେ ଭାବୁ ନାହାନ୍ତି । ଏମିତି କି ମୋଦି ଯେତେବେଳେ ମଣିପୁର ଆସିଛନ୍ତି, ସବୁ ସମୟରେ ଆପଣଙ୍କ ସଂସ୍କୃତି ଏବଂ ଇତିହାସକୁ ଥଟ୍ଟା କରିଛନ୍ତି ବୋଲି କହିଥିଲେ ରାହୁଲ ।

ସମ୍ବନ୍ଧିତ ଖବର