ରାଫେଲ ବିମାନ ଖରିଦରେ ଏକ ବଡ଼ ଦୁର୍ନୀତି ହୋଇଛି: କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଖରିଦ କ୍ଷେତ୍ରରେ ଏକ ବଡ଼ ଦୁର୍ନୀତି ହୋଇଛି । ଜଣେ ବ୍ୟବସାୟୀଙ୍କୁ ଫାଇଦା ପହଞ୍ଚାଇବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଥିଲେ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଏହି ବହୁ କୋଟି ଟଙ୍କାର କାରବାରରେ ବିଭିନ୍ନ ତଥ୍ୟକୁ ମୋଦି ସରକାର କାହିଁକି ଲୁଚାଉଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

୩୬ଟି ରାଫେଲ ବିମାନ ଖରିଦ ବାବଦରେ ଫ୍ରାନ୍ସ ସରକାରଙ୍କ ସହ ହୋଇଥିବା ଚୁକ୍ତି ସଂପର୍କିତ ତଥ୍ୟ କ୍ଲାସିଫାଏଡ୍‌ ଇନଫର୍ମେସନ ବା ଗୋପନୀୟ ସୂଚନା ହୋଇଥିବାରୁ ତାହା ପ୍ରଦାନ କରିହେବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ କହିଥିଲେ । ସମାଜବାଦୀ ପାର୍ଟି ସାଂସଦ ନରେଶ ଅଗ୍ରଓ୍ଵାଲଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏ କଥା କହିଥିଲେ । ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବା ସରକାର ସ୍ତରୀୟ ଚୁକ୍ତିର ଧାରା ୧୦ ଅନୁସାରେ ରାଫେଲ ଖରିଦ ପାଇଁ ହୋଇଥିବା ଚୁକ୍ତିର ସବୁ ତଥ୍ୟ ଗୋପନୀୟ ନିୟମ ମଧ୍ୟରେ ଆସୁଅଛି ବୋଲି ସେ କହିଥିଲେ ।

 

ଗତ ନଭେମ୍ବର ମାସରେ ନିର୍ମଳା ସୀତାରମଣ କହିଥିଲେ ଯେ ରାଫେଲ ଖରିଦ କରିବା ପାଇଁ ଏନଡିଏ ସରକାର କରିଥିବା ଚୁକ୍ତି ୟୁପିଏ ସରକାରଙ୍କ ଚୁକ୍ତି ତୁଳନାରେ ଅଧିକ ଉତ୍ତମ । ଏହା ପ୍ରମାଣ କରି ଦେଖାଇପାରିବେ ବୋଲି ସେ କହିଥିଲେ । କିନ୍ତୁ ଏବେ ତଥ୍ୟ ଦେଉନଥିବାରୁ ଏକ ବଡ଼ ଦୁର୍ନୀତି ଥିବା ଜଣାପଡୁଛି ବୋଲି କଂଗ୍ରେସ କହିଛି ।

ସମ୍ବନ୍ଧିତ ଖବର