ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚିତ

୧୬ରେ ଦାୟିତ୍ୱ ଗ୍ରହଣ କରିବେ

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ନିର୍ଦ୍ୱନ୍ଦରେ କଂଗ୍ରେସ ଦଳର ସଭାପତି ନିର୍ବାଚିତ ହୋଇଛନ୍ତି । ଏହା ସହିତ ଭାରତୀୟ ଇତିହାସର ଏହି ସର୍ବପୁରାତନ ରାଜନୈତିକ ଦଳରେ ଅନୁଷ୍ଠାନିକଭାବେ ରାହୁଲ ଗାନ୍ଧି ଯୁଗର ଶୁଭାରମ୍ଭ ହୋଇଛି । ସେ ନିଜ ମା’ ସୋନିଆ ଗାନ୍ଧିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ସୋନିଆ ଗତ ୧୯୯୮ରୁ କଂଗ୍ରେସ ଦଳର ସଭାପତି ଥିଲେ ।

ଏ ସଂପର୍କରେ କଂଗ୍ରେସ ନେତା ତଥା ସଭାପତି ନିର୍ବାଚନର ରିଟରର୍ଣ୍ଣିଂ ଅଫିସର ଏମ. ରାମଚନ୍ଦ୍ରନ ଘୋଷଣା କରି କହିଛନ୍ତି ଯେ ରାହୁଲଙ୍କୁ ସଭାପତି ପଦଲାଗି ଦାଖଲ ହୋଇଥିବା ୮୯ଟି ମନୋନୟନ ପତ୍ର ବୈଧ ରହିଛି । ଆଜି ଥିଲା ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ହେଲେ ତାଙ୍କ ବିରୋଧରେ ଅନ୍ୟକୌଣସି ପ୍ରାର୍ଥୀ ନ ଥିଲେ । ଏଣୁ ଆଜିର ଏହି ଫଳାଫଳ ଘୋଷଣା କେବଳ ଏକ ଔପଚାରିକତା ମାତ୍ର ଥିଲା । ଗତ ଡିସେମ୍ବର ୪ରେ ରାହୁଲ ନିଜର ମନୋନୟନ ପତ୍ର ଦାଖଲ କରିଥିଲେ । ଆସନ୍ତା ୧୬ ତାରିଖରେ ରାହୁଲ ଗାନ୍ଧି ଦାୟିତ୍ୱ ଗ୍ରହଣ କରିବେ ।

ସମ୍ବନ୍ଧିତ ଖବର