ଭାଷଣ ଦେବା ସମୟରେ ନିଜ ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଭୁଲିଗଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ହେଲେ ଟ୍ରୋଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ନିଜର ଭୁଲ ପାଇଁ ଟ୍ରୋଲ ହୋଇଥାନ୍ତି । ଏବେ ପୁଣି ଥରେ ସେ ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ନାଁ ଭୁଲିଯିବାରୁ ଟ୍ରୋଲିଂର ଶିକାର ହୋଇଥିବା ଦେଖା ଯାଇଛି । ଭାଇରାଲ ହୋଇଥିବା ଭିଡିଓରେ, ରାହୁଲ ଗାନ୍ଧୀ ନିମଚକୁ ନିର୍ବାଚନୀ ରାଲିରେ ଯୋଗ ଦେବା ପାଇଁ ପହଞ୍ଚିଥିବା ଦେଖାଯାଇଛି । ଏଠାରେ ମଞ୍ଚ ଉପରେ ବସିଥିବା କଂଗ୍ରେସ ନେତାଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧୀ ନିଜର ଭାଷଣ ଆରମ୍ଭ କରୁଛନ୍ତି ।

ନିଜର ଭାଷଣ ଆରମ୍ଭ କରି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହୁକୁମ ସିଂହ କରାଡ଼ାଜୀ……… ବୋଲି କହୁଛନ୍ତି ରାହୁଲ ଗାନ୍ଧୀ । ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସର ଶାସନ ଚାଲିଥିବା ବେଳେ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଜ ମୁଖ୍ୟମନ୍ତ୍ରୀମାନଙ୍କର ନାଁ ଭୁଲିଯିବା ଦେଖି ଲୋକେ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଛନ୍ତି । କାରଣ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବେ କମଲ ନାଥ ଥିବା ବେଳେ ଛତିଶଗଡ଼ରେ ଭୁପେଶ ବଘେଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଦୁହିଁଙ୍କୁ ନିଜେ ରାହୁଲ ଗାନ୍ଧୀ ହିଁ ନିଯୁକ୍ତି ଦେଇଥିବା ବେଳେ ଏବେ ସେମାନଙ୍କ ନାଁ ଭୁଲିଯିବାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଛି ।

ସମ୍ବନ୍ଧିତ ଖବର