ଆମେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର କାଏମ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନାଗରିକତ୍ୱ, ଡିଗ୍ରି ଏବଂ ଆଉ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗ ନେଇ ଆଣି ତାଙ୍କର ପ୍ରାର୍ଥୀପତ୍ର ନାକଚ କରିବାଲାଗି ଯେଉଁ ଆବେଦନ ହୋଇଥିଲା ,ତାକୁ ଖାରଜ କରିଛନ୍ତି ଆମେଥି ରିଟର୍ଣ୍ଣିଂ ଅଫିସର ରାମ ମନୋହର ମିଶ୍ର। ସେ ଏହି ମାମଲାର ଶୁଣାଣି କରିଛନ୍ତି । ସେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର କାଏମ ରଖିଛନ୍ତି।

ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ଆଇନଜୀବୀ କୌଶିକ କହିଛନ୍ତି ଯେ ରାହୁଲ ଭାରତରେ ଜନ୍ମ ହୋଇଛନ୍ତି । ତାଙ୍କ ପାଖରେ ଭାରତର ପାସପୋର୍ଟ ରହିଛି । ସେ କେବେବି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରି ନାହାଁନ୍ତି । ସେହିପରି ରାହୁଲଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ସେ ୧୯୯୫ ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏମ୍‌ ଫିଲ୍‌ରେ ଡିଗ୍ରୀ ହାସଲ କରିଛନ୍ତି ବୋଲି ବି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଗତ ଶନିବାର ଦିନ ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ବହୁଜନ ମୁକ୍ତି ପାର୍ଟିର ଅଫଜଲ ବାରିଷ, ସ୍ୱାଧୀନ ପ୍ରାର୍ଥୀ ଧୃବଲାଲ, ସୁରେଶ କୁମାର ଏବଂ ସୁରେଶ ଚନ୍ଦ୍ର ଯାଦବ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ ଆଣି ରାହୁଲଙ୍କ ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ଦାବି କରିଥିଲେ ।

ସମ୍ବନ୍ଧିତ ଖବର