ଏବେ ଭାରତକୁ ପୃଥିବୀର ଦୁଷ୍କର୍ମର ରାଜଧାନୀ ବୋଲି କୁହାଯାଉଛି : ରାହୁଲ ଗାନ୍ଧି

ୱାୟନାଡ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇ ଭାରତକୁ ପୃଥିବୀର ଦୁଷ୍କର୍ମ ରାଜଧାନୀ ବୋଲି ଅଭିହିତ କରିଛନ୍ତି । ଏବେ ଅନ୍ୟ ଦେଶର ଲୋକେ ପଚାରୁଛନ୍ତି- କାହିଁକି ଭାରତ ନିଜ ଝିଅବୋହୂଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ?

The Hindu

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦୀ ଏହାକୁ ନେଇ ଗୋଟିଏ ଶବ୍ଦ ବି କହୁ ନାହାନ୍ତି।

ଏହାପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଆଉ ଜଣେ ଝିଅ ନ୍ୟାୟ ଓ ସୁରକ୍ଷା ଆଶାରେ ସବୁଦିନ ପାଇଁ ଆଖି ବୁଜି ଦେଲା। ପୀଡିତାଙ୍କ ପରିବାର ପ୍ରତି ବି ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧି।

ଦୀର୍ଘ ୪୦ ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ଶୁକ୍ରବାର ରାତି ୧୧:୪୦ରେ ହୃଦ୍‌ଘାତ ଯୋଗୁଁ  ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭଉଣୀ ଜଣାଇଥିଲେ। ଡାକ୍ତରମାନେ ପୀଡିତାଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ।

ସମ୍ବନ୍ଧିତ ଖବର