ମନମୋହନ ସରକାର ସମୟରେ ପାକିସ୍ତାନରେ ୩ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲା : ରାହୁଲ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ସର୍ଜିକାଲ ଷ୍ଟାଇକକୁ ଏକ ରାଜନୈତିକ ପ୍ରସଙ୍ଗ କରି ଥିବା ନେଇ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସେନାର ନିଷ୍ପତ୍ତି  ଅଧିକାର କ୍ଷେତ୍ରରେ ପ୍ରବେଶ କରି  ସର୍ଜିକାଲ ଷ୍ଟ୍ରାଇକ୍‌ର ରାଜନୀତିକରଣ କରିଛନ୍ତି।  ଏହା ଏକ ସେନା ନିଷ୍ପତ୍ତି ଥିଲା, ମାତ୍ର ମୋଦି ଏହାକୁ ରାଜନୈତିକ ସଂପତ୍ତି କରିଦେଲେ।  ମନମୋହନ ସିଂ ସରକାର ସମୟରେ ମଧ୍ୟ  ୩ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲା କିନ୍ତୁ ମୋଦି ଏହାକୁ ଲୁଚାଇ ଦେଇଛନ୍ତି।

ରାହୁଲ ଆହୁରି କହିଛନ୍ତି, ବିମୁଦ୍ରାୟନ ହେତୁ ଲୋକମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଛୋଟ ବ୍ୟବସାୟ ଓ ଦେକାନୀ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ବିମୁଦ୍ରାୟନ ସମୟରେ ସମୂର୍ଣ୍ଣ କ୍ୟାବିନେଟ୍‌କୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ଫଳରେ ଦୁନିଆର ଅର୍ଥ ବ୍ୟବସ୍ଥାରେ ସଙ୍କଟ ଆସିଲା।

ସେହିପରି ୟୁପିଏ ସରକାର ସମୟରେ ଏନ୍‌ପିଏସ୍‌ ୨ଲକ୍ଷ କୋଟି ଟଙ୍କା ଥିଲା, ମୋଦି ସରକାରର ୪ ବର୍ଷରେ ଏନ୍‌ପିଏ ୧୨ଲକ୍ଷ କୋଟି ଟଙ୍କା ହୋଇଗଲା। ମୋଦି ସରକାର ଅନିଲ ଆମ୍ବାନି, ମେହୁଲ .ଚୋକସି, ବିଜୟ ମାଲ୍ୟାଙ୍କ ଭଳି ଲୋକମାନଙ୍କ ଲକ୍ଷଲକ୍ଷ-କୋଟିକୋଟି ଟଙ୍କାର ଋଣ ଛାଡ କରି ଦେଇଛନ୍ତି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି।

ସମ୍ବନ୍ଧିତ ଖବର