ଉତ୍ତର ପ୍ରଦେଶର ଆମେଥି ସହ ଦକ୍ଷିଣ ଭାରତରୁ ବି ଲଢିବାକୁ ରାହୁଲ ଗାନ୍ଧୀଙ୍କ ଉପରେ ଚାପ!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଥି ବ୍ୟତୀତ ଦକ୍ଷିଣ ଭାରତର ଏକ ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଚାପ ବଢୁଛି। କିଛି ସସ୍ତାହ ହେବ ରାହୁଲ ଗାନ୍ଧୀଙ୍କ ଉପରେ ଏହି ଚାପ ବଢୁଛି। କିଛି ସପ୍ତାହ ହେବ କର୍ଣ୍ଣାଟକ,ତାମିଲନାଡୁ ଓ କେରଳର କେତେକ କଂଗ୍ରେସ ନେତାମାନେ ଦାବି କରି ଆସିଛନ୍ତି ଯେ ରାହୁଲ ଗାନ୍ଧୀ ଦକ୍ଷିଣ ଭାରତରୁ ଏକ ଆସନରୁ ଲଢନ୍ତୁ।

ଏ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌,ବିଦାର ଓ ମହିଶୁର,ତାମିଲନାଡୁର ଶିବଗଙ୍ଗା ଓ କନ୍ୟାକୁମାରୀ ଏବଂ କେରଳର ୱେୟନାଦ୍‌ ମଧ୍ୟରୁ କୌଣସି ଗୋଟିକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଠାରେ ସୂଚନା ଯୋଗ୍ୟ ଯେ ଦେଶରୁ ୫୪୩ ଲୋକସଭା ଆସନ ମଧ୍ୟରୁ ୧୩୦ଟି କେବଳ ଦକ୍ଷିଣ ଭାରତରେ ରହିଛି। ଏଥିମଧ୍ୟରୁ ତାମିଲନାଡୁରେ ୩୯ଟି, କର୍ଣ୍ଣାଟକରେ ୨୮, ଆନ୍ଧ୍ର ପ୍ରଦେଶରେ ୨୫, କେରଳରେ ୨୦ ଓ ତେଲେଙ୍ଗନାରେ ୧୭ଟି ଲୋକସଭା ଆସନ ରହିଛି। ଏହାଛଡା ପୁଡୁଚେରିରେ ଗୋଟିଏ ଆସନ ମଧ୍ୟ ରହିଛି।

କର୍ଣ୍ଣାଟକର କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ସୋମବାର ଦିନ ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକରୁ ଲଢି ଦଳୀୟ କର୍ମୀମାନଙ୍କର ମନୋବଳ ବୃଦ୍ଧି କରିବାକୁ ଦାବି କରି ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର