ଆସନ୍ତାକାଲି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଶ୍ମୀର ଯିବ ବିରୋଧୀ ଦଳ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ : ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ବିରୋଧୀ ଦଳ ପ୍ରତିନିଧିମଣ୍ଡଳୀ କଶ୍ମୀର ଯିବ । ଏହା ସହିତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଚ୍ୟାଲେଞ୍ଜକୁ ସେ ଗ୍ରହଣ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ଓ ଆରଜେଡିର ମନୋଜ ଝା ସାମିଲ ଅଛନ୍ତି । ଏହି ଅବସରରେ ରାହୁଲ କେତେକ ସ୍ଥାନୀୟ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର