ଆମେଥିରୁ ହାରିବା ପରେ ସୋସିଆଲ ମିଡିଆରେ ଲୋକେ କହିଲେ; ‘ଇନ୍‌କୋ ଆତା ହି ନେହିଁ ହେ, ଇନ୍‌ସେ ହୋତା ହି ନେହିଁ ହେ’

0

ନୂଆଦିଲ୍ଲୀ : ଗତକାଲି ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ବାଜିମାତ କରିଥିଲେ । ବିପୁଳ ଭୋଟରେ ବିଜୟୀ ହେବା ପରେ ରାହୁଲଙ୍କୁ ଆମେଥିରୁ ବଡ଼ ଝଟକା ମିଳିଥିଲା । କିନ୍ତୁ ଓ୍ଵାୟନାଡରେ ତାଙ୍କୁ ସଫଳତା ମିଳିଥିଲା । ତେବେ ଏତେ ସବୁ ପ୍ରଚାର ପ୍ରସାର ପରେ ମଧ୍ୟ କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରୁ ରାହୁଲ ହାରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

କିଛି ଲୋକ ‘ରାହୁଲକେ ଅଚ୍ଛେ ଦିନ ନେହିଁ ଚଲ ରହେ ହେ’ ବୋଲି କହିବା ସହ କିଛି ଲୋକ, ‘ଇନ୍‌କୋ ଆତା ହି ନେହିଁ ହେ, ଇନ୍‌ସେ ହୋତା ହି ନେହିଁ ହେ’ କହି ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଯେଉଁଭଳି ଭାବରେ ଟ୍ରୋଲ କରାଯାଉଛି, ସେଥିରୁ ଲୋକେ ତାଙ୍କ ରାଜନୈତିକ ଜୀବନ ଛାଡ଼ି ବ୍ୟକ୍ତିଗତ ଜୀବନରେ ଦଖଲ ଦେଉଥିବା ମନେହେଉଛି । ତେବେ ଓ୍ଵାୟନାଡ଼ରୁ ବିଜୟ ଲାଭ କରି ରାହୁଲ ନିଜ ବୁଡ଼ି ଯାଉଥିବା ଡ଼ଙ୍ଗାକୁ ବଞ୍ଚାଇ ନେଇଥିବା ବିପକ୍ଷ ଦଳ କହିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.