କର୍ଣ୍ଣାଟକର ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ପ୍ରାର୍ଥୀଙ୍କ ଉପରେ ମୋଦିଙ୍କୁ ରାହୁଳ ଗାନ୍ଧୀଙ୍କ ଟୁଇଟ୍‌ରେ ପ୍ରଶ୍ନ

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ବିଜେପି ନେତାମାନଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ଉପରେ ତାଙ୍କର ନିରବତା ଉପରେ ମୋଦିଙ୍କୁ ପ୍ରଶ୍ନ ପଚାରିଛନ୍ତି ରାହୁଳ।

ରାହୁଳ ଗାନ୍ଧୀ ଭିଡିଓ ସହ ଟୁଇଟ୍‌ କରିଛନ୍ତି: ମୋଦି ଜି, ଆପଣ ବହୁତ କହୁଛନ୍ତି। ସମସ୍ୟା ହେଉଛି ଆପଣଙ୍କ କାମ ଓ କଥା ମଧ୍ୟରେ ତାଳମେଳ ରହୁ ନାହିଁ। କର୍ଣ୍ଣାଟକ ପ୍ରାର୍ଥୀ ଚୟନର ଏକ ପ୍ରିମିୟର୍‌ ଦେଖନ୍ତୁ। ରାହୁଳ ପଚାରିଛନ୍ତି: ରେଡ୍ଡୀ ବ୍ରଦର୍‌ ଗ୍ୟାଙ୍ଗ୍‌କୁ ଦେଇ ଥିବା ଆଠଟି ଟିକିଟ୍‌ ବାବଦରେ ପ୍ରଧାନମନ୍ତ୍ରୀ ୫ ମିନିଟ୍‌ କହିବେ କି?

‘କର୍ଣ୍ଣାଟକର ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ଭଳି ଭିଡିଓରେ ଗୋଟିଏ ଏପିସୋଡ୍‌ ଚାଲୁଛି। ଏଥିରେ ପ୍ରଶ୍ନ ହେଉଛି: ଯାହା ନାଁ’ରେ ୨୩ ଟି ଦୁର୍ନୀତି, ଠକାମି, ଜାଲିଆତି ମାମଲା ଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି?

ଭିଡିଓ କ୍ଲିପ୍‌ରେ ବି. ଶ୍ରୀୟାମୁଲୁ, ଜି. ସୋମାଶେକର ରେଡ୍ଡୀ, ଟି. ଏଚ୍‌. ସୁରେଶ ବାବୁ, କଟ୍ଟା ସୁବ୍ରମଣିଆ ନାଇଡୁ, ସି. ଟି. ରବି, ମୁରୁଗେଶ ନିରାନି, ଇଏସ୍‌ ଇଏନ୍‌ କୃଷ୍ଣନାଇଆ ଶେଟ୍ଟୀ ମାଲୁର, କେ. ଶିବନଗୌଡ଼ ନାଇକ, ଆର୍‌. ଅଶୋକ ଏବଂ ଶୋଭା କରାଣ୍ଡଲଜେ ଆଦି ୧୧ ଜଣ ବିଜେପି ନେତାଙ୍କ ନାମ ରହିଛି ଯେଉଁମାନେ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି।

ରେଡ୍ଡୀ ଭ୍ରାତାଙ୍କ ୩୫, ୦୦୦ କୋଟି ଟଙ୍କାର ବେଆଇନ୍‌ ଲୌହପିଣ୍ଡ ଖଣି ଦୁର୍ନୀତି ମାମଲା ଉପରେ ଢାଙ୍କୁଣି ଘୋଡ଼ାଇଛନ୍ତି। ଆପଣଙ୍କ ଉତ୍ତରକୁ ଅପେକ୍ଷା କରିଛି। ଆପଣ ଲିଖିତ ଉତ୍ତର ମଧ୍ୟ ଦେଇ ପାରନ୍ତି।

ମେ ୧୨ ତାରିଖରେ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଳ ମୋଦିଙ୍କୁ ଏ ଭଳି ସମାଲୋଚନା କରିଛନ୍ତି।
ନିର୍ବାଚନ ପରେ ମେ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର