ରାହୁଲଙ୍କ ମାଷ୍ଟର‌ଷ୍ଟ୍ରୋକ୍‌ : ଗରିବ ପରିବାରଙ୍କୁ ବାର୍ଷିକ ୭୨ ହଜାର

ନୂଆଦିଲ୍ଲୀ : କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶରୁ ଦାରିଦ୍ରୢ ହଟାଇବାକୁ ପଦକ୍ଷେପ ନେବ। ଦେଶର୨୦ ପ୍ରତିଶତ ଅର୍ଥାତ ୨୫ କୋଟି ଲୋକଙ୍କ ପାଇଁ ବାର୍ଷିକ ୭୨ ହଜାର ଟଙ୍କା ରୋଜଗାର ସୁନିଶ୍ଚିତ କରିବ। ପ୍ରତି ପରିବାରର ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଯିବ। ଲୋକସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ।

ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ରାହୁଲ କହିଛନ୍ତି ଯେ ଦେଶରେ ଲୋକମାନଙ୍କୁ ଆଉ ଗରିବ ରହିବାକୁ ଦିଆଯିବ ନାହିଁ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସ ୬ ହଜାର ଟଙ୍କା ଲେଖାଏଁ ପଠାଇ ଦିଆଯିବ। ଏହାଦ୍ବାରା ୫ ‌େକାଟି ଗରିବ ପରିବାରର ୨୫ ଲକ୍ଷ ଲୋକ ଉପକୃତ ହେ‌େବ। ରାହୁଲ ଏହାକୁ ନ୍ୟୂନତମ ଆୟ ସୁନିଶ୍ଚିତ ଯୋଜନା ବୋଲି ବଣ୍ଣର୍ନା କରିଛନ୍ତି। ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ ଏହି ‌େଯାଜନା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିବା ସେ କହିଛନ୍ତି।

ଏହି ଯୋଜନା ଅତି କମ୍‌‌ରେ ଅର୍ଥନୈତିକ ଅନୁନ୍ନତ ଶ୍ରେଣୀ ଲୋକ ଯାହାର ମାସିକ ରୋଜଗାର ୧୨ ହଜାରରୁ କମ୍‌ ଥିବ ସେହିମାନେ ହିଁ ଏହି ଯୋଜନାରେ ସାମିଲ ହେବେ। ଏହାକୁ ବିଶ୍ବର ସବୁଠୁ ବଡ଼ ରୋଜଗାର ସୁନିଶ୍ଚିତ ଯୋଜନା ବୋଲି କହିଛନ୍ତି ରାହୁଲ। ଦାରିଦ୍ରୢ ଉପରେ ଏହାକୁ ଅନ୍ତିମ ପ୍ରହାର ବର୍ଣ୍ଣନା କରି ଏହି ଯୋଜନାକୁ ଐତିହାସିକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ଦେଶର ଜନତା ବହୁତ କଷ୍ଟ ଭୋଗିଛନ୍ତି ା ଆମେ ଲୋକଙ୍କୁ ନ୍ୟାୟ ଦେବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଧନୀଙ୍କୁ ୩,୫୦,୦୦୦ କୋଟି ଦେଇପାରିବେ ତେବେ ଆମେ ଭାରତର ସବୁଠୁ ଗରିବ ପରିବାରଙ୍କୁ ରୋଜଗାର ଦେଇପାରିବୁ। ପରିବର୍ତ୍ତନ ପାଇଁ ସମୟ ଆସିଯାଇଛି ବୋଲି ରାହୁଲ କହିଛନ୍ତି।

ସେ କହିଲେ ‌େଯ ମନରେଗା ଯୋଜନା କଂଗ୍ରେସ ସରକାର ଆରମ୍ଭ କରିଥିଲା। ଫଳରେ ୧୪ କୋଟି ଲୋକଙ୍କୁ ରୋଜଗାର ମିଳିଛି। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ଆମେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବୁ ବୋଲି ସେ କହିଥିଲେ।

ରାହୁଲ ଭୁତାଉଛନ୍ତି: ଜେଟଲୀ
ଗରିବଙ୍କ ପାଇଁ କଂଗ୍ରେସର ସର୍ବନିମ୍ନ ରୋଜଗାର ସୁନିଶ୍ଚିତ ଯୋଜନା କେବଳ ଏକ ବିଭ୍ରାନ୍ତି ଏବଂ ଲୋକଙ୍କୁ ଭୁତାଇବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରୟାସ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି I ସେ କହିଛନ୍ତି ଯେ କଂଗ୍ରେସ ଛଡା ଅନ୍ୟ କୌଣସି ଦଳ ଦେଶକୁ ସାତ ଦଶନ୍ଧି ଧରି ଧୋକା ଦେଇନିI ଦେଶବାସୀଙ୍କୁ କଂଗ୍ରେସ କେବେଳ ବହୁ ସ୍ଲୋଗାନ ଦେଇଛି, ଅନ୍ୟ କୌଣସି ସମ୍ବଳ ଦେଇନି ବୋଲି କହିବା ସହ ମୋଦୀ ସରକାର ଅମଳରେ ଗରିବଙ୍କ ପାଇଁ ବହୁ ଯୋଜନା ପ୍ରଣୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି I ଜେଟଲୀ କହିଛନ୍ତି ମୋଦୀ ସରକାର ଗରିବଙ୍କୁ ୫.୩୪ ଲକ୍ଷ କୋଟିର ଆର୍ଥିକ ସହାୟତା ଦେଇଛନ୍ତି। ଏମିତି ଦେଖିଲେ କଂଗ୍ରେସ ଯୋଜନାରେ ଯଦି ୫ କୋଟି ପରିବାରକୁ ୭୨୦୦୦ ଟଙ୍କା ଦିଆଯିବ ତେବେ ସମୁଦାୟ ୩.୬ ଲକ୍ଷ କୋଟି ହେବ ଯାହା ଦୁଇ ତୃତୀୟାଂଶ ବୋଲି ଜେଟ୍‌ଲୀ କହିଛନ୍ତି।

ସମ୍ବନ୍ଧିତ ଖବର