ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇନାହିଁ

ଚେନ୍ନାଇ: ଆଗା‌ମୀ ୨୦୧୯ ଲୋକସଭା ନିର୍ବାଚନରେ ମହାମେଣ୍ଟ ସ୍ଥାପନ କରି ବିଜେପି ସରକାରକୁ ଗାଦିଚ୍ୟୁତ କରିବା ହେଉଛି କଂଗ୍ରେସର ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଥା ଦଳ ଆଦୌ ଚିନ୍ତା କରିନାହିଁ। ଏମିତି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ନାହିଁ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ସୋମବାର ଏଭଳି କହିଛନ୍ତି।

ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ଚିଦମ୍ବରମ୍‌ କହିଛନ୍ତି, ଦଳ ମଧ୍ୟରେ କିଛି ନେତା ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବିଷୟ‌େର ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏଆଇସିସି ଏହାକୁ ଖଣ୍ଡନ କରିବା ସହିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଥା ନଉଠାଇବାକୁ ନେତାମାନଙ୍କୁ ପରାମର୍ଶ ଦେଇଛି। ତେଣୁ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ ବୋଲି ଚିଦମ୍ବରମ୍‌ ଦୋହରାଇଛନ୍ତି। ତା’ଛଡ଼ା କଂଗ୍ରେସ ଦଳରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗକୁ ଆ‌େଦୗ ଗୁରୁତ୍ବ ଦିଆଯାଉ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚିଦମ୍ବରମ୍‌ ଆହୁରି କହିଛନ୍ତି ଯେ କଂଗ୍ରେସ ଏହାର ଜଣେ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହେଁ ବୋଲି କହିନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ମହାମେଣ୍ଟ ଜିତିବା ପରେ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସମସ୍ତ ସହଯୋଗୀ ଦଳ ସହିତ ବିଚାରବିମର୍ଶ କରାଯାଇ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର