ଏବେ ବି ରାହୁଲ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କଂଗ୍ରେସ ଦଳ କୌଣସି ପ୍ରକାର ନେତୃତ୍ୱର ସଙ୍କଟ ସାମ୍ନା କରୁନାହିଁ | ଏବେ ବି କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଥିବାବେଳେ ଭବିଷ୍ୟତରେ ମଧ୍ୟ ରହିବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ କହିଛନ୍ତି | ଏକ ସାକ୍ଷାତକାରରେ ଗେହଲଟ କହିଛନ୍ତି ଯେ କଂଗ୍ରେସ କାର୍ଯ୍ୟସମିତି ନୂଆ ଅଧ୍ୟକ୍ଷ ନିଯୁକ୍ତି ନେଇ କୌଣସି ନିଷ୍ପତ୍ତି ନେଇନାହିଁ |

photo-indiatv

ରାହୁଲ ଗତ ମାସ ନିଜର ଇସ୍ତଫା ପତ୍ର ସାର୍ବଜନୀନ କରିଥିଲେ | ରାହୁଲଙ୍କ ସମର୍ଥନରେ ଗେହଲଟ କହିଛନ୍ତି ଯେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁକାବିଲା କରିବାର ସାହସ ରହିଛି |

ଗେହଲଟ କହିଛନ୍ତି ଯେ ବିଜେପି ସଶକ୍ତ ବଳ ଦ୍ୱାରା ଧାର୍ମିକ ଭାବନା ଖେଳି ନିର୍ବାଚନ ଲଢ଼ିଥିଲେ | ସେ କହିଛନ୍ତି ଯେ ଯେ କେହି ବି ଶୀର୍ଷକୁ ଚାଲିଯାଇଥାଏ ଦିନେ ସମୟ ଆସିବ ସେ ତଳେ ପଡିଯାଇଥିବ | ବିଜେପି ସହ ମଧ୍ୟ ଏଭଳି ହେବ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶୃତି ପୂରଣ ନ କଲେ ଲୋକ ମଧ୍ୟ ଉପେକ୍ଷା କରିବେ |

ସମ୍ବନ୍ଧିତ ଖବର