୯ ତାରିଖରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ପୁଣି ଥରେ ଓଡ଼ିଶା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସୁଥିବା ଜଣାଯାଇଛି। ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି । ଦିଗପହଣ୍ଡିରେ ଆୟୋଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବେ । ଦକ୍ଷିଣ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ । ନିର୍ବାଚନ ପାଖେଇ ଆସୁଛି । ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ତେବେ ରାହୁଲଙ୍କ ଏପ୍ରିଲ ୪ ତାରିଖରେ ଓଡ଼ିଶା ଗସ୍ତ ଥିଲା । କିନ୍ତୁ ୱାଇନାଡ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାରୁ ସେ କେରଳ ଗସ୍ତ କରିଥିଲେ ଏବଂ ଆସନ୍ତା ୯ ତାରିଖରେ ସେ ଓଡ଼ିଶାକୁ ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ।

ସମ୍ବନ୍ଧିତ ଖବର