ଶଶି ଥରୁରଙ୍କୁ ଟପିଲା ରାହୁଳ ଗାନ୍ଧୀଙ୍କ ଟୁଇଟର୍‌ ଫଲୋୟର୍‌ଙ୍କ ସଂଖ୍ୟା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କର ଟୁଇଟର୍‌ ଆକାଉଣ୍ଟ୍‌ର ଫଲୟୋର୍‌ଙ୍କ ସଂଖ୍ୟା ଦଳର ସାଂସଦ ତଥା ପୂର୍ବତନ ଆନ୍ତର୍ଜାତିକ କୂଟନୀତିଜ୍ଞ ଶଶି ଥରୁର୍‌ଙ୍କୁ ଟପିଯାଇଛି।

ସମ୍ପ୍ରତି ଥରୁରଙ୍କର ଫଲୋୟର୍‌ଙ୍କ ସଂଖ୍ୟା ୬. ୭ ମିଲିୟନ୍‌ ଥିବାବେଳେ ରାହୁଳଙ୍କ ଫଲୋୟର୍‌ଙ୍କ ସଂଖ୍ୟା ୬. ୭୭ ମିଲିୟନ୍‌ରେ ପହଞ୍ଚିଛି। ଏବେ ତାଙ୍କର ଟୁଇଟର୍‌ ଅନୁଗାମୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନେକେ ବିଶ୍ୱାସ କରୁଛନ୍ତି। ଏହାର କାରଣ ହେଉଛି ତାଙ୍କର ସଦାସର୍ବଦା ପରିବର୍ତ୍ତନ ହେଉଥିବା କାର୍ଯ୍ୟକଳାପ।

କଂଗ୍ରେସର କର୍ମକର୍ତ୍ତା ଏବଂ ନିରପେକ୍ଷ ପର୍ଯ୍ୟବେକ୍ଷକ ମତରେ ଦଳର ମୁଖ୍ୟ ହେବା ପରେ ରାହୁଳଙ୍କ ଅପେକ୍ଷାକୃତ ଛୋଟକାଟିଆ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ନିଜର ଜଣେ ସହକର୍ମୀଙ୍କର ଆକାଉଣ୍ଟ୍‌କୁ ଟପିଯିବା ସ୍ୱାଭାବିକ।

ଟୁଇଟର୍‌ ହେଉ କି, ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ହେଉ ସେଥିରେ ଜଣେ ନେତାଙ୍କର ସମ୍ପୃକ୍ତି ରହିଲେ ଅନୁଗାମୀ ବଢ଼ିବା ସ୍ୱାଭାବିକ କଥା।

ଜଣେ କଂଗ୍ରେସ କର୍ମୀ କହନ୍ତି, ନିଜର ସହକର୍ମୀମାନଙ୍କ ଅନୁଗାମୀ ସଂଖ୍ୟା ଠାରୁ ଦଳର ମୁଖ୍ୟଙ୍କର ଅନୁଗାମୀ ସର୍ବାଧିକ ହେବାର କଥା। ଏହାର ଅନ୍ୟତମ କାରଣ ହେଉଛି ସାମାଜିକ ଗଣମାଧ୍ୟମର ଜନପ୍ରିୟତା।

ସେପ୍ଟେମ୍ବର ୨୦୧୭ରେ ରାହୁଳଙ୍କ ଟୁଇଟର୍‌ ଅନୁଗାମୀ ଥିଲେ ପ୍ରାୟ ଏକ ମିଲିୟନ୍‌।

ସମ୍ବନ୍ଧିତ ଖବର