ପି ଚିଦାମ୍ବରମଙ୍କୁ ସମର୍ଥନ କଲେ ରାହୁଲ-ପ୍ରିୟଙ୍କା; ସମାଲୋଚନା କଲା ବିଜେପି

ନୂଆଦିଲ୍ଲୀ: ପି ଚିଦାମ୍ବରମଙ୍କ ସମର୍ଥନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ବାହାରିଲେ ରାହୁଲ ଗାନ୍ଧୀ। ଇଡି ଓ ସିବିଆଇକୁ ମୋଦୀ ସରକାର ବ୍ୟବହାର କରୁଛନ୍ତି। ଏହାକୁ ଦୃଢ ଭାବରେ ସେ ବିରୋଧ କରୁଥିବା ରାହୁଲ ଟୁଇଟ କରିଛନ୍ତି। ସେପଟେ ପ୍ରିୟଙ୍କା କହିଛନ୍ତି ଚିଦାମ୍ବରମ ସତ କହିଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି। ପରିଣାମ ଯାହା ହେଲେ ବି ସେ ଚିଦାମ୍ବରମଙ୍କ ସହ ଛିଡା ହୋଇଛନ୍ତି।

ପ୍ରିୟଙ୍କା ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟସଭାର ଅତ୍ୟନ୍ତ ଯୋଗ୍ୟ ଓ ସମ୍ମାନିତ ସଦସ୍ୟ ପି ଚିଦାମ୍ବରମ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ଭାବେ ଦଶନ୍ଦି ଧରି ନିଷ୍ଠାର ସହ ଆମ ଦେଶର ସେବା କରିଛନ୍ତି। ସେ ସରକାରଙ୍କ ବିଫଳତାକୁ ସାମନାକୁ ଆଣୁଛନ୍ତି, କିନ୍ତୁ ଭୀରୁଙ୍କୁ ସତ ପସନ୍ଦ ନୁହେଁ, ସେଥିପାଇଁ ଚିଦାମ୍ବରଙ୍କୁ ଲଜ୍ଜାଜନକ ଭାବେ ଟାର୍ଗେଟ କରାଯାଉଛି। ତେଣୁ ତାଙ୍କ ସହ ଦଳ ରହିଛି ଓ ପରିଣାମ ଯାହା ହେଲେ ବି ଆଗକୁ ମଧ୍ୟ ରହିବ। ଚିଦାମ୍ବରମଙ୍କୁ ପ୍ରିୟଙ୍କା ସମର୍ଥନ କରି ଟୁଇଟ୍‌ କରିବା ପରେ ସମାଲୋଚନା କରିଛି ବିଜେପି।

Zee News

ସେପଟେ, ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ ପି ଚିଦାମ୍ବରମଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ନୋଟିସ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଚିଦାମ୍ବରମଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। ଏହି ନୋଟିସ ଜାରି ହେବା ପରେ ଚିଦାମ୍ବରମ ଦେଶ ବାହାରକୁ ଯାଇପାରିବେ ନାହିଁ। ଏପରିକି ଏହି ନୋଟିସ୍‌ ବଳରେ ପଳାୟନ କରିଥିବା ଅଭିଯୁକ୍ତଙ୍କୁ ଖୋଜିବା ସହ ଗିରଫ ମଧ୍ୟ କରାଯାଇପାରିବ। ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର