ସମ୍ବିଧାନ ବିପଦରେ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,: ମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡେ ‘ସମ୍ବିଧାନ ପରିବର୍ତ୍ତନ’ ନେଇ ଯେଉଁ ବିବାଦୀୟ ବୟାନ ଦେଇଥିଲେ ତାକୁ ବିରୋଧ କରି ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଦେଶର ସର୍ବୋଚ୍ଚ ଆଇନ ‘ ସମ୍ବିଧାନ’ ଏବେ ବିପଦରେ। ତେଣୁ କଂଗ୍ରେସ ସହ ଦେଶର ପ୍ରତ୍ୟେକ ନାଗରିକ ଏବେ ସମ୍ବିଧାନର ସୁରକ୍ଷା କରିବା ଦରକାର ବୋଲି ରାହୁଲ ଆଜି ନୂଆଦିଲ୍ଲୀରେ ଏଆଇସିସି (ଅଲ ଇଣ୍ଡିଆ କଂଗ୍ରେସ କମିଟି)ର ୧୩୩ ତମ ପ୍ରତିଷ୍ଠା ଦିବଷରେ କହିଛନ୍ତି। ସମ୍ବିଧାନ ଏବେ ସିଧାସଳଖ ଭାବେ ବିପଦରେ ରହିଛି ବୋଲି ସେ ବିଜେପିର ବରିଷ୍ଠ ନେତା ଅନନ୍ତ କୁମାର ହେଗ୍‌ଡେଙ୍କ ବୟାନକୁ ଭିତ୍ତି କରି କହିଛନ୍ତି। ବିଜେପି ରାଜନୈତିକ ଫାଇଦାପାଇଁ ମିଛ କହୁଛି କିନ୍ତୁ କଂଗ୍ରେସକୁ ଏଥିରୁ ଦୂରେଇ ରହିବାକୁ ପଡ଼ିବ। ଆମେ ହାରିଯିବା କିନ୍ତୁ ସତ ଛାଡ଼ିବାନି ବୋଲି ରାହୁଲ କହିଛନ୍ତି। ଆଜି ଦଳର ପ୍ରତିଷ୍ଠା ଦିବଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଗୁଲାମ ନବି ଆଜାଦ ପ୍ରଥମେ ପିଲାମାନଙ୍କ ମଧ୍ୟରେ ମିଠା ବାଣ୍ଟିଥିଲେ। ପରେ ରାହୁଲ ଏଆଇସିସି ହେଡକ୍ୱାର୍ଟରରେ ପତାକା ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର