ମୋଦିଙ୍କୁ ଘୃଣା କରିପାରିବନି : ରାହୁଲ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରସ୍ପରକୁ କଡ଼ା ସମାଲୋଚନା କରିଥିବା ବେଳେ ଆଜି ରାହୁଲ କହିଛନ୍ତି ଯେ ମୋଦି ତାଙ୍କୁ ବହୁ ସାହାଯ୍ୟ କରିଛନ୍ତି, ତେଣୁ ସେ ମୋଦିଙ୍କୁ ଆଦୌ ଘୃଣା କରିପାରିବେନି। ମୋଦି ନେହରୁ-ଗାନ୍ଧୀ ପରିବାର ବିରୋଧରେ ଦେଇଥିବା ବୟାନ ବାବଦରେ ଆଜି ଗୁଜରାଟର ନ୍ୟୁଜଜ୍‌ ଚ୍ୟାନେଲ ଜିଏସ୍‌ଟିଭିରେ ସାକ୍ଷାତକାର ଦେଇ ରାହୁଲ କହିଛନ୍ତି ଯେ ସେ ମୋଦିଙ୍କୁ ଆଦୌ ଘୃଣା କରନ୍ତିନି। ଏହି ଅବସରରେ ସେ କହିଛନ୍ତି ସେ ଗୁଜରାଟ ବାବଦରେ ମାତ୍ର ୩ ମାସ ହେବ କହୁଛନ୍ତି। ଏହି ନିର୍ବାଚନ କେବଳ ରାହୁଲ ଗାନ୍ଧୀ କିମ୍ବା ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ନୁହେଁ ଏହା ଗୁଜରାଟ ବାସିନ୍ଦାଙ୍କ ନିର୍ବାଚନ। ବିଜେପିକୁ ଆକ୍ଷେପ କରି ରାହୁଲ କହିଛନ୍ତି ସେମାନେ ରାହୁଲଙ୍କୁ ଭୟ କରୁନାହାନ୍ତି ସେମାନେ ଗୁଜରାଟ ବାସିନ୍ଦାଙ୍କୁ ଭୟ କରୁଛନ୍ତି।

ସମ୍ବନ୍ଧିତ ଖବର