ଦୁଷ୍କର୍ମକାରୀଙ୍କୁ ସରକାରୀ ସୁରକ୍ଷା କାହିଁକି: ରାହୁଲ

ନୂଆଦିଲ୍ଲୀ: ଉନ୍ନାଓ ଓ କାଠୁଆ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦୁଷ୍କର୍ମକାରୀଙ୍କୁ ରାଜ୍ୟ ସରକାରମାନେ କାହିଁକି ସୁରକ୍ଷା ଦେଉଛନ୍ତି ତାହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ହେବ ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ସ୍ଲୋଗାନ୍‌ର କଡ଼ା ସମାଲୋଚନା କରି ରାହୁଲ କହିଛନ୍ତି ଯେ ମୋଦି କେବଳ ନିର୍ବାଚନ ଜିତିବାପାଇଁ ଏଭଳି ଚମତ୍କାର ସ୍ଲୋଗାନ୍‌ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର