ରାହୁଲ ଦ୍ବିତୀୟ କ୍ଷମତାକେନ୍ଦ୍ର ସାଜିଥିଲେ: ଏସ୍‌ ଏମ୍‌ କ୍ରିଷ୍ଣା

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ୟୁପିଏ ସରକାରଙ୍କ ବିଦେଶ ମନ୍ତ୍ରୀ ରହିଥିବା ଏସ୍‌ଏମ୍‌ କ୍ରିଷ୍ଣା ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ କେତେକ ଚକିତକାରୀ ତଥ୍ୟ ପ୍ରଘଟ କରିଛନ୍ତି। ୟୁପିଏ ସରକାର ସମୟରେ ରାହୁଲ ନିଜକୁ ଦ୍ବିତୀୟ କ୍ଷମତାକେନ୍ଦ୍ର କରିଥିଲେ ଏବଂ ସରକାରଙ୍କ ପ୍ରତ୍ୟେକ ମାମଲାରେ ଅନଧିକାର ହସ୍ତକ୍ଷେପ କରୁଥିଲେ। ଏଭଳିକି କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ଦିଆଯିବ ତାହା ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ହାତରେ ନଥିଲା। ରାହୁଲଙ୍କ ଏଭଳି ହସ୍ତକ୍ଷେପ ଯୋଗୁଁ ମୁଁ ଅତିଷ୍ଠ ହୋଇ କଂଗ୍ରେସ ଛାଡ଼ିଥିଲି ବୋଲି କ୍ରିଷ୍ଣା ଆଜି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର