ୟୁଏଇରେ ମୋଦୀଙ୍କୁ ଘେରିଲେ ରାହୁଲ୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାପାଇଁ କୌଣସି ବି ସୁଯୋଗ ହାତ ଛଡ଼ା କରୁନାହାନ୍ତି। ଏବେ କଂଗ୍ରେସ ଅଧ୍ୟକ୍ଷ ୟୁଏଇ ଗସ୍ତରେ ଥିବାବେଳେ ସେଠାରେ ଭାରତୀୟ ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ କଂଗ୍ରେସ ଦଳ ଶ୍ରମିକମାନଙ୍କ କଷ୍ଟକୁ ବୁଝିପାରିଛି ଏବଂ ସେମାନଙ୍କୁ ସହଯୋଗ କରିବାକୁ ଚାହେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’କୁ କଟାକ୍ଷ କରି ରାହୁଲ କହିଛନ୍ତି ଯେ ସେ ତାଙ୍କ ନିଜ ମନ୍‌ କି ବାତ୍‌ ଶୁଣାଇବାକୁ ଆସିନାହାନ୍ତି ବରଂ ଲୋକଙ୍କ ମନ କଥା ଶୁଣିବାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର