ଆଲିଙ୍ଗନ ବିବାଦ ପରେ ରାହୁଲଙ୍କ ଟ୍ଵିଟ୍‌

ପ୍ରେମ ଓ କରୁଣାରେ ଦେଶ ନିର୍ମାଣ ସମ୍ଭବ 

ନୂଆଦିଲ୍ଲୀ: ଲୋକସଭାରେ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ନିଜ ଭାଷଣ ଶେଷ କରିବା ପରେ ଅଚାନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଆଜି ରାହୁଲ ଏ ବାବଦରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସର୍ବଦା କିଛି ଲୋକଙ୍କ ମଧ୍ୟରେ ଘୃଣା, ଡର ଏବଂ କ୍ରୋଧ ସୃଷ୍ଟି କରୁଛନ୍ତି। ତେବେ ଆମେ ଏହାକୁ ଭୁଲ୍‌ ପ୍ରମାଣିତ କରିବୁ ଏବଂ ପ୍ରେମ ଓ କରୁଣା ଦ୍ୱାରା ଦେଶ ନିର୍ମାଣ ସମ୍ଭବ ବୋଲି ରାହୁଲ ଟ୍ଵିଟ୍‌ କରି କହିଛନ୍ତି। ପ୍ରେମ ଏବଂ ଦୟାଭାବ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ରହିଛି ଏବଂ ଏହା ଦେଶ ନିର୍ମାଣର ଏକମାତ୍ର ରାସ୍ତା ବୋଲି ସେ  କହିଛନ୍ତି।

ସମ୍ବନ୍ଧିତ ଖବର