ପରାଜୟ ସ୍ୱୀକାର କଲେ ରାହୁଲ, ନୂଆ ସରକାରକୁ ଅଭିନନ୍ଦନ ଜଣାଇଲେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକ୍ରମଣାତ୍ମକ ପ୍ରଚାର ସତ୍ତ୍ୱେ ଗୁଜରାଟରେ କଂଗ୍ରେସ କ୍ଷମତା ଦଖଲ କରିବାରେ ବିଫଳ ହୋଇଥିଲେ ମଧ୍ୟ ୨୦୧୨ ବିଧାନସଭା ତୁଳାନରେ ଦଳକୁ ଏଥର ଆଖିଦୃଶିଆ ସଫଳତା ମିଳିଛି। ତେବେ ଉଭୟ ରାଜ୍ୟରେ ରାହୁଲ ଦଳର ପରାଜୟକୁ ସ୍ୱୀକାର କରିବା ସହ ଗଠନ ହେବାକୁ ଯାଉଥିବା ନୂଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଭୟ ରାଜ୍ୟର ଜନତାଙ୍କୁ ମଧ୍ୟ ରାହୁଲ କୃତଜ୍ଞତା ଜଣାଇଛନ୍ତି।

ଅନେକ ବରିଷ୍ଠ କଂଗ୍ରେସ ନେତା ଆଜି ମଧ୍ୟ ଇଭିଏମ୍‌କୁ ଦାୟୀ କରି ନିର୍ବାଚନ କମିସନ ଏ ବାବଦରେ ପୁନର୍ବିର୍ଚାର କରିବାକୁ ଦାବି କରିଥିଲେ। ତେବେ ରାହୁଲ ସୌହାର୍ଦ୍ଦ୍ୟର ସହ ନିର୍ବାଚନ ପରିଣାମକୁ ଗ୍ରହଣ କରିଥିବାରୁ ଏ ବାବଦ ବିବାଦ ଥମିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର