ବୁମେରାଂ ହେଲା ମୋଦିଙ୍କ ବିରୋଧରେ ରାହୁଲ କରିଥିବା ଅଭିଯୋଗ !! ପୁଲଓ୍ଵାମା ଆକ୍ରମଣ ପରେ ରାହୁଲ ଗୁଜୁରାଟରେ ନାଚ କରୁଥିଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ଖବର ଆସିବା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଟୋସୁଟରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଏବେ ଖୋଦ ତାଙ୍କ ପାଇଁ ବୁମେରାଂ ହୋଇଛି । ଏହି ଆକ୍ରମଣ ଦିନ ଅର୍ଥାତ ଫେବ୍ରୁଆରୀ ୧୪ ଅପରାହ୍ଣ ୩ଟା ୩୦ ମିନିଟରେ ଏହି ଆତଙ୍କବାଦୀ ଘଟଣା ଘଟିବା ପୂର୍ବରୁ ଅର୍ଥାତ ପୂର୍ବାହ୍ଣରେ ହିଁ ମୋଦି କର୍ବେଟ ନ୍ୟାସନାଲ ପାର୍କ ଗ୍ରସ୍ତ ବେଳେ ଏହି ଫଟୋଉଠା ଯାଉଥିଲା । ଅର୍ଥାତ ଦିନ ଆକ୍ରମଣ ଖବର ଆସିବାର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ମୋଦି ଏହା କରୁଥିଲେ ।

 

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଆକ୍ରମଣ ଘଟଣାର ପ୍ରାୟ ଏକ ଘଣ୍ଟା ପରେ ଅର୍ଥାତ ଦିନ ସାଢେ ୪ଟା ବେଳେ ରାହୁଲ ଗାନ୍ଧି ଗୁଜୁରାଟର ଭଲସାଡରେ ନାଚ କରୁଥିବା ଏହି ଭିଡିଓରେ ଦେଖାଯାଉଛି । ଖୋଦ କଂଗ୍ରେସ ପକ୍ଷରୁ ଟ୍ଵିଟ କରି ଏହି ଭିଡିଓ ଛଡାଯାଇଥିଲା । କିନ୍ତୁ ବିଭିନ୍ନ ମହଲରୁ ଏହାକୁ ତୀବ୍ର ସମାଲୋଚନା କରିବା ପରେ କଂଗ୍ରେସ ସେହି ଟ୍ଵିଟକୁ ହଟାଇଦେଇଛି । କିନ୍ତୁ ବିଜେପି ପକ୍ଷରୁ ରାହୁଲଙ୍କ ଉକ୍ତ ଭିଡିଓକୁ ଅପଲୋଡ କରି ସମାଲୋଚନା କରାଯାଇଛି । ଏହା ଫଳରେ ରାହୁଲଙ୍କ ଅଭିଯୋଗ ବୁମେରାଂ ହୋଇଛି । ଅର୍ଥାତ ନିଜ ଗାତରେ ନିଦେ ଖସିପଡିଛନ୍ତି ।

ସମ୍ବନ୍ଧିତ ଖବର