ରାହୁଲଙ୍କ ଟ୍ଵିଟର ଲୋକପ୍ରିୟତା କୃତ୍ରିମ!

ସଫ୍‌ଟେଓ୍ଵର ସହାୟତାରେ ରିଟ୍ଵିଟ୍‌ ହେଉଛି

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ହଠାତ୍‌ ଟ୍ଵିଟର୍‌ରେ ଯଥେଷ୍ଟ ଲୋକପ୍ରିୟ ହୋଇଉଠିବା ଏବଂ ତାଙ୍କର ପ୍ରତିଟି ଟ୍ଵିଟ୍‌ ପରେ ଆଶାତୀତ ରିଟ୍ଵିଟ୍‌ ହେଉଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏ ସଂପର୍କରେ ଏକ ନ୍ୟୁଜ୍‌ ଏଜେନ୍‌ସୀର ଖୋଳତାଡ଼ ପରେ ରାହୁଲଙ୍କ ଟ୍ଵିଟର୍‌ ଧମାକା କୃତ୍ରିମ ବୋଲି କୁହାଯାଇଛି । ‘ବୋଟ୍‌ସ’ ନାମକ ଏକ ସଫ୍‌ଟେଓ୍ଵର ବ୍ୟବହାର କରି ଏଭଳି ରିଟ୍ଵିଟ୍‌ କରାଯାଉଛି। ରାହୁଲଙ୍କ ଟ୍ଵିଟର ଆକାଉଣ୍ଟ ‘ଅଫିସ୍‌ଅଫ୍‌୍‌ଆର୍‌୍‌ଜି’ର ରିଟ୍ଵିଟ୍‌ ସଂଖ୍ୟା ଅଚାନକ ଅତି ପ୍ରବଳ ହୋଇଉଠିଥିବାରୁ ଏହାକୁ ନେଇ କେତେକ ମହଲ ସନ୍ଦେହ ପ୍ରକଟ କରିଥିଲେ। ତେବେ ସମର୍ଥକମାନେ ଏହା ରାହୁଲଙ୍କ ଲୋକପ୍ରିୟତା ବୃଦ୍ଧି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମତ ଦେଇଥିଲେ।

ନ୍ୟୁଜ୍‌ ଏଜେନ୍‌୍‌ସି ଏଏନ୍‌୍‌ଆଇ ମୁତାବକ ଏହି ରିଟ୍ଵିଟ୍‌ ରୁଷ୍‌, ଇଣ୍ଡୋନେସିଆ ଏବଂ କାଜାଖସ୍ତାନରୁ କରାଯାଇଥିବା ଜଣାପଡ଼ିଛି ଏବଂ ଏ ବାବଦରେ ଏକ ତାଲିକା ମଧ୍ୟ ପ୍ରଦାନ କରାଯାଇଛି । ଗତ ୧୫ ତାରିଖ ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଏକ ଟ୍ଵିଟ୍‌କୁ ରାହୁଲ ଗାନ୍ଧୀ ରିଟ୍ଵିଟ୍‌ କରିଥିଲେ। ରାହୁଲ ଲେଖିଥିଲେ – ‘ମୋଦିଜୀ ଶ୍ରୀଘ୍ର କରନ୍ତୁ, ଏଭଳି ଲାଗୁଛି ଯେମିତି ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ପୁଣି ଥରେ ଆପଣ ଆଲିଙ୍ଗନ କରିବା ଆବଶ୍ୟକ ପଡ଼ୁଛି।’ ରାହୁଲଙ୍କ ଏହି ଟ୍ଵିଟ୍‌ କରିବାର ତୁରନ୍ତ ବାଦ ୨୦ ହଜାର ରିଟ୍ଵିଟ୍‌ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତାହା ୩୦ ହଜାରରେ ପହଞ୍ଚିଥିଲା। ଏଜେନ୍‌ସି ଏ ବାବଦରେ ଖୋଳତାଡ଼ କରିବା ପରେ ବୋଟ୍‌୍‌ସ ନାମକ ଏକ ସଫ୍‌ଟେଓ୍ଵର ବ୍ୟବହାର କରାଯାଇ ରୁଷ୍‌, କାଜାଖସ୍ତାନ ଏବଂ ଇଣ୍ଡୋନେସିଆରୁ ରିଟ୍ଵିଟ୍‌ କରାଯାଇଥିବା ଜଣାପଡ଼ିଥିଲା। ବୋଟ୍‌ସ ସଫ୍‌ଟେଓ୍ଵର ସଂପର୍କରେ ଜଣାପଡ଼ିବା ପରେ ବିଦେଶରୁ ହୋଇଥିବା ରିଟ୍ଵିଟ୍‌ର ସଂପୂର୍ଣ୍ଣ ତାଲିକା ମଧ୍ୟ ଜଣାପଡ଼ିଯାଇଛି। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ହେବାପରେ ତାଙ୍କ ଟ୍ଵିଟର ହେଣ୍ଡଲ ଅଫିସ୍‌ ଅଫ୍‌ ଆର୍‌ଜିକୁ ବଦଳାଇବେ ବୋଲି କୁହାଯାଉଛି । ବୋଟ୍‌୍‌ସ ସଫ୍‌୍‌ଟେଓ୍ଵର ସଂପର୍କରେ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ଟ୍ଵିଟର୍‌ରେ କଟାକ୍ଷ କରି କହିଛନ୍ତି – ‘କ’ଣ ରାହୁଲ ଗାନ୍ଧୀ ଇଣ୍ଡୋସେନିଆ, କାଜାଖସ୍ତାନ ଏବଂ ରୁଷ୍‌ରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି ।’

ସମ୍ବନ୍ଧିତ ଖବର