ମସାଜ ପାର୍ଲର ଉପରେ ଚଢ଼ଉ ସମୟରେ ପୁଲିସ ସାମ୍ନାକୁ ଆସିଲା ପୁଲିସ ! ତା’ ପରେ…

0 639

ସିରସା : ଅନେକ ସମୟରେ ଦେଶରେ ଥିବା ବିଭିନ୍ନ ମସାଜ ପାର୍ଲର ଉପରେ ଚଢ଼ଉ କରି ପୁଲିସ ହେଉଥିବା ଅପରାଧିକ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଥାଏ । ଦିନକୁ ଦିନ ମସାଜ ପାର୍ଲର ଦେହ ବ୍ୟବସାୟର ଅଡ଼୍ଡା ବନି ଯାଉଥିବା ବେଳେ ଅନେକ ମହିଳା ଏହାର ଶିକାର ହେଉଛନ୍ତି । କିଛି ମହିଳାଙ୍କୁ ଚାକିରି ଦେବା ବାହାନାରେ ଏଠାରେ ଦେହ ବ୍ୟବସାୟରେ ଲିପ୍ତ ହେବାକୁ ପଡ଼ୁଛି । ଯାହା ପାଇଁ ପୁଲିସ ସମୟ ସମୟରେ ବିଭିନ୍ନ ମସାଜ ପାର୍ଲର ଚଢ଼ଉ କରି ଏଭଳି ଅପରାଧକୁ ବନ୍ଦ କରୁଛି । ହରିୟାଣାର ସିରସାରେ ଥିବା ଏକ ମସାଜ ପାର୍ଲରରେ ମଧ୍ୟ ପୁଲିସ ଚଢ଼ଉ କରି ଚାଲୁଥିବା ଅପରାଧର ପର୍ଦ୍ଦାଫାସ କରିଥିବା ଜଣାପଡ଼ିଛି । କିନ୍ତୁ ଚଢ଼ଉ ସମୟରେ ପୁଲିସ ଯାହା ଦେଖିଥିଲା ତାହା ବିଶ୍ୱାସ କରିବା କଷ୍ଟକର ହୋଇ ପଡ଼ିଥିଲା ।

ସୂଚନା ମୁତାବକ, ସୂଚନା ପାଇ ପୁଲିସ ଯେତେବେଳେ ପାର୍କ ଭିଉ ସ୍ପା ଆଣ୍ଡ ହେୟାର କଟ୍‌ ଉପରେ ଚଢ଼ଉ କରିଥିଲା ସେଠାରେ ଅଶ୍ଲୀଳ କାମ ଚାଲିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଅଶ୍ଲୀଳ କାମ କରୁଥିବା ଲୋକଜଣଙ୍କ ଜଣେ ପୁଲିସକର୍ମୀ ବୋଲି ଜାଣିବା ପରେ ଗିରଫ ପାଇଁ ଯାଇଥିବା ପୁଲିସକର୍ମୀମାନେ ହତବାକ୍‌ ହୋଇ ଯାଇଥିଲେ । ଏଭଳି କାମରେ ଜଣେ ପୁଲିସକର୍ମୀଙ୍କ ସଂପୃକ୍ତି ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚଢ଼ଉ ପରେ ସ୍ପାର ସଞ୍ଚାଳକ ସୋନୁ,ପଞ୍ଜାବ ପୁଲିସ କର୍ମଚାରୀ ସୁଖ୍‌ମନ୍ଦର ସିଂହ ଏବଂ ପଞ୍ଜାବ ଏବଂ ଗାଜିଆବାଦ୍‌ର ଦୁଇ ମହିଳାଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.