ଭୀମା-କୋରେଗାଁ ହିଂସାରେ ମାଓବାଦୀଙ୍କ ଷଡ଼ଯନ୍ତ୍ର ସଂଦେହ, ବିଭିନ୍ନ ସହରରେ ପୁଲିସର ଚଢଉ, ୨ ଗିରଫ

ପୁନେ : ଗତ ଜାନୁୟାରୀ ୧ ତାରିଖରେ ମହାରାଷ୍ଟ୍ରର ପୁନେଠାରେ ହୋଇଥିବା ଭୀମା କୋରେଗାଁ ହିଂସାକାଣ୍ଡର ତଦନ୍ତକୁ ଆହୁରି ଗଭୀର କରିଛି ପୁନେ ପୁଲିସ । ଏହି ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ଥିବା ପୁଲିସ ସଂଦେହ କରୁଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଆଜି ଦେଶର ବିଭିନ୍ନ ସହରଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ,ରାଞ୍ଚି ଓ ଗୋଆରେ ଥିବା କେତେକ ଲେଖକ, ଓକିଲ ଓ ସାମାଜିକ କର୍ମୀଙ୍କ ବାସଭବନରେ ଚଢାଉ କରି କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଏହା ସହିତ ପୁଲିସ ମାଓ ଦର୍ଶନରେ ବିଶ୍ୱାସ କରୁଥିବା ବର୍ବରା ରାଓ ଓ ଓକିଲ ଓ ସାମାଜିକ କର୍ମୀ ସୁଧା ଭରଦ୍ୱାଜଙ୍କୁ ଗିରଫ କରିଛି । ଯେଉଁ ମାନଙ୍କ ଘରେ ଚଢାଉ ହୋଇଛି ସେମାନେ ହେଲେ ସମାଜସେବୀ ବା ସାମ୍ବାଦିକ ଗୌତମ ନଲଖା, ବର୍ନନ ଗୋନଜାଲଭିସ, ଅରୁନ ଫେରେରା ।

ତଦନ୍ତରୁ ଜଣାପଡିଛି ଯେ ଉକ୍ତ ହିଂସାକାଣ୍ଡ ଘଟିବାର ଦିନକ ପୂର୍ବରୁ ପୁନେରେ ଏଲଗାର ପରିଷଦ ନାମକ ଏକ ଜନସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ହିଁ ଉପସ୍ଥିତ ଥିବା ବୁଦ୍ଧିଜୀବିମାନେ ହିଂସା ପାଇଁ ଉତ୍ତେଜନାସୃଷ୍ଟିକାରୀ ଭାଷଣ ଦେଇଥିବା ପୁଲିସ ସଂଦେହ କରୁଛି ।

ସମ୍ବନ୍ଧିତ ଖବର