ଠିକ ସମୟରେ ଟ୍ରେନ୍ ଚଳାଚଳ ଲାଗି ପଦକ୍ଷେପ : ବିଳମ୍ବ ହେଉଛି ବୋଲି ଜାଣିଲେ ଚାଳକ ବେଗ ବଢାଇବେ

ନୂଆଦିଲ୍ଲୀ : ଭାରତରେ ଅନେକ ଲୋକ ଟ୍ରେନରେ ଯାତ୍ରା କରିଥାଆନ୍ତି । ତେବେ ଅନେକ ସମୟରେ ଅଭିଯୋଗ ଆସିଥାଏ ଯେ, ଭାରତୀୟ ରେଳ ସବୁବେଳେ ସମୟଠାରୁ ବିଳମ୍ବରେ ପହଞ୍ଚିଥାଏ । ତେବେ ସେମାନଙ୍କୁ ବର୍ତ୍ତମାନ ବର୍ତ୍ତମାନ ଏପରି ଅସୁବିଧାରୁ ମିଳିବ ମୁକ୍ତି । ମିଳିଥିବା ସୂଚନା ଅନୁସାରେ ଏବେ ଡ୍ରାଇଭରମାନେ ସମୟକୁ ଅନୁଭବ କରି ଟ୍ରେନର ସ୍ପିଡ ବଢାଇପାରିବେ । ଏପରି ଅଧିକାର ସେମାନଙ୍କୁ ଖୁବଶୀଘ୍ର ଦିଆଯିବ ବୋଲି ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଯଦି ଚାଳକ ଜାଣିଲେ ଯେ, ଟ୍ରେନର ସମୟ ବିଳମ୍ବ ହୋଇଯାଉଛି ତେବେ ସେହି ସମୟରେ ଚାଳକ ରେଳର ଗତି ବଢାଇ ଦେବେ । ଯେଉଁ ସମୟରେ ଟ୍ରେନ ସ୍ୱାଭାବିକ ଭାବରେ ଚାଲିବା ଆରମ୍ଭ କରିବ ତାହା ପରେ ଚାଳକ ପୁଣି ଥରେ ବେଗ କମାଇବେ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ, ଏଥିପାଇଁ ରେଳ ଲାଇନର ମରାମତି ମଧ୍ୟ କରାଯାଉଛି ।

ସଠିକ ସମୟରେ ରେଳ ପହଞ୍ଚିବା ପାଇଁ ମନ୍ତ୍ରଣାଳୟ ଏପରି ବ୍ୟବସ୍ଥା କରୁଥିବା ଜଣାପଡିଛି । ଉଦାହରଣ ସ୍ବରୂପ ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ମେଲକୁ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଯିବା ପାଇଁ ସମୟ ଧାର୍ଯ୍ୟ କରାଯାଉଛି । କିନ୍ତୁ ଏହି ଟ୍ରେନଟି ମାତ୍ର ୭୫ କିମି ସ୍ପିଡରେ ଯାଉଛି । ଯଦି ବାଟରେ କୌଣସି ଦୁର୍ଘଟଣା ହେଲା ତେବେ ସ୍ପିଡ ମିଟର ଦ୍ୱାରା ଇଂଜିନର ମରାମତି କରାଯାଏ ।

ତେବେ ଦେଶରେ ଚାଲୁଥିବା ସ୍ପିଡ ଟ୍ରେନଗୁଡିକକୁ ଯାଞ୍ଚ କରାଯାଇ ୧୧୫ କିମି ସ୍ପିଡରେ ଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ବର୍ତ୍ତମାନ ସମୟରେ ଟ୍ରେନଗୁଡିକ ୯୫ କିମି ସ୍ପିଡରେ ଯାଉଛି । ଅନେକ ସ୍ଥାନରେ ପୁରୁଣା ପୋଲ ଓ ଲାଇନ ବଦଳାଯାଇଥିଲେ ମଧ୍ୟ ଟ୍ରେନର ଗତିରେ କୈାଣସି ପରିବର୍ତ୍ତନ ହୋଇ ନାହିଁ । ତେଣୁ ଟ୍ରେନଗୁଡ଼ିକ ନିର୍ଦ୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁନାହାନ୍ତି। ଏପରିକି ଯେଉଁ ରୁଟରେ ଟ୍ରେନ ଗୁଡିକୁ ସ୍ପିଡରେ ଯିବା ପାଇଁ ଅନୁମତି ରହିଛି ସେହି ଲାଇନରେ ମଧ୍ୟ ଟ୍ରେନ୍ ସଠିକ ବେଗରେ ଯାଇ ପାରୁନାହାନ୍ତି । ରେଳ ମନ୍ତ୍ରଣାଲୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ରେଳ ଲାଇନ ବଦଳାଯାଇଥିଲେ ମଧ୍ୟ ଅନେକ କେତେକ କାରଣରୁ ଟ୍ରେନ ଗୁଡିକ ନିର୍ଦ୍ଧାରିତ ବେଗରେ ଯାଇ ପାରୁନାହାନ୍ତି । ତେବେ ଖୁବଶୀଘ୍ର ଏପରି ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର