କିଭଳି ଚଳନ୍ତା ଗାଡ଼ିରୁ ଓହ୍ଲାଇବା ପାଇଁ ଚେଷ୍ଟା କରି ଷ୍ଟଣ୍ଟ ଦେଖାଉନ୍ତି ଯାତ୍ରୀ, ତାହାର ଏକ ଭୟାବହ ଭିଡିଓ ପୋଷ୍ଟ କଲେ ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଟିକ୍‌ଟକ୍‌, ଫେସ୍‌ବୁକ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଲାଇକସ୍‌, ସେୟାର ପାଇବା ଆଶାରେ ଯୁବପୀଢ଼ି ନିଜ ଜୀବନକୁ ବାଜି ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ଏମିତି ଏକ ଭୟାବହ ଭିଡିଓକୁ ରେଳ ମନ୍ତ୍ରାଳୟର ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ସେୟାର କରାଯାଇଛି। ଏହି ଭିଡିଓରେ ଜଣେ ଯୁବକ ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଇବାକୁ ଯାଇ ଧାରଣାରେ ପଡ଼ି ଯାଉଛନ୍ତି। ଯାହାକୁ ଦେଖି ଛାତି ଧରି ଉଠୁଛି। ରେଳ ମନ୍ତ୍ରାଳୟ ଏହି ଭିଡିଓକୁ ଟୁଇଟ କରିବା ସହିତ ଲୋକମାନଙ୍କୁ ଏକ ବାର୍ତ୍ତା ବି ଦେଇଛନ୍ତି।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି, ଯୁବକ ଟ୍ରେନ୍‌ର ଦ୍ୱାର ପାଖରେ ଛିଡା ହୋଇ ଷ୍ଟଣ୍ଟ ଦେଖାଇବାକୁ ଲାଗୁଛନ୍ତି। ଗୋଟିଏ ହାତରେ ଟ୍ରେନ୍‌ ଦ୍ୱାର ପାଖରେ ଲାଗିଥିବା ହ୍ୟାଣ୍ଡେଲ୍‌କୁ ଧରି ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ନିୟନ୍ତ୍ରଣ ହରାଇବାରୁ ଦୁଇଟି ହାତ ହ୍ୟାଣ୍ଡେଲ୍‌ରୁ ଖସି ପଡ଼ୁଛି। ସୌଭାଗ୍ୟବଶତଃ ତାଙ୍କ ମୁଣ୍ଡ ରେଳ ଧାରଣାରେ ପଡ଼ିବାରୁ ସୂତେସୂତେରେ ବଞ୍ଚି ଯାଇଥିଲା।

 

ରେଳ ମନ୍ତ୍ରାଳୟ ଟୁଇଟରରେ ଏହି ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ ଚଳନ୍ତା ଟ୍ରେନ୍‌ରେ ଓହ୍ଲାଇବା ଓ ଚଢ଼ିବାର ଅର୍ଥ ଜୀବନକୁ ବିପଦରେ ପକାଇପାରେ। ଏହି ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଦେଖନ୍ତୁ ଯିଏକି ଷ୍ଟଣ୍ଟ ଦେଖାଇବା ଲକ୍ଷ୍ୟରେ ନିଜ ଜୀବନକୁ ବାଜି ଲାଗାଇ ଦେଉଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇ ଯାଇଛି। ଦୟାକରି ଏଭଳି କାମରୁ ନିବୃତ୍ତ ରୁହନ୍ତୁ, ଏବଂ ଅନ୍ୟକୁ ଯଦି ଏପରି କରିବାର ଦେଖୁଛନ୍ତୁ ତାଙ୍କୁ ବି ବାରଣ କରନ୍ତୁ। ମଣିଷ ଜୀବନ ଏକ ଅମୂଲ୍ୟ ସମ୍ପଦ। ତାକୁ ଏଭଳି ଷ୍ଟଣ୍ଟ ଦେଖାଇ ହରାଇ ଦିଅନ୍ତୁ ନାହିଁ।

ସମ୍ବନ୍ଧିତ ଖବର