ଶ୍ରମିକ ସ୍ପେଶାଲ ଟ୍ରେନରେ ଏଣିକି ମାଗଣାରେ ୫ ବୋତଲ ପାଣି ଦେବ ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଥିବା ତାତିକୁ ନଜରରେ ରଖି ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ଶ୍ରମିକ ଏବଂ ସେମାନଙ୍କ ପରିବାର ପାଇଁ ରେଳ ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ଉପହାର ଦେବାକୁ ନିଷ୍ପତ୍ତି ନେଇଛି | ଶୋଷ ମେଣ୍ଟାଇବାରେ ଅସୁବିଧାର ସମ୍ମୁଖୀନ ନ ହେବାପାଇଁ ଶ୍ରମିକଙ୍କ ପରିବାର ପିଛା ୫ଟି ପାଣି ବୋତଲ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି | ରେଳ ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରତ୍ୟେକ ଯାତ୍ରୀଙ୍କୁ ଖାଦ୍ୟ ପ୍ୟାକେଟ୍ ସହିତ ୪ଟି ରେଳ ନିର ଫ୍ରିରେ ଦିଆଯିବ।

photo-the indian wire

ଯଦି ଯାତ୍ରା ଦୀର୍ଘସ୍ଥାୟୀ ହୁଏ ତେବେ ଯାତ୍ରୀମାନେ ମାଗଣାରେ ୫ ବୋତଲ ପାଣି ପାଇବେ | ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଏସି ନଥିବା କୋଚରେ ଯାତ୍ରା କରିବା ସମୟରେ ଏହା ସ୍ପଷ୍ଟ ଯେ ସମସ୍ତଙ୍କୁ ଶୋଷ ହେଉଥିବ | ତେଣୁ ଏଭଳି ପରିସ୍ଥିତିରେ ମାଗଣାରେ ପାଣି ବୋତଲ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି |

ରେଳ ନିର ଉତ୍ପାଦନ କରୁଥିବା ସରକାରୀ କମ୍ପାନୀ ଆଇଆରସିଟିସି ପକ୍ଷରୁ କୁହାଯାଇଛି ଯେ ଦେଶର କୌଣସି ସ୍ଥାନରେ ରେଳ ନିର ବୋତଲର ଅଭାବ ରହିବ ନାହିଁ। ସମ୍ପ୍ରତି ଦେଶରେ ୧୧ ଟି ପ୍ଲାଣ୍ଟ କାର୍ଯ୍ୟ କରୁଛି | ଏଥିମଧ୍ୟରୁ ପ୍ରତିଦିନ ୧୧.୬୦ ଲକ୍ଷରୁ ଅଧିକ ବୋତଲ ଉତ୍ପାଦନ କରାଯାଉଛି |

ସମ୍ବନ୍ଧିତ ଖବର