କରୋନା ଭାଇରସ୍‌: ଆଡଭାଇଜରି ଜାରି କଲା ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକରେ ପହଞ୍ଚିଛି। ଏଥିରୁ ଭାରତ ମଧ୍ୟ ବାଦ୍‌ ପଡ଼ିନାହିଁ। ଭାରତରେ କରୋନା ଭାଇରସ୍‌ ସଂକ୍ରମିତ ସଂଖ୍ୟା ୨୯ରେ ପହଞ୍ଚିବା ପରେ ରେଳ ମନ୍ତ୍ରାଳୟ ତରଫରୁ ଆଡଭାଇଜରି ଜାରି କରାଯାଇଛି।

ରେଳ ମନ୍ତ୍ରାଳୟ ରେଳବାଇର ସମସ୍ତ ପ୍ରଧାନ ମୁଖ୍ୟ ମେଡିକାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜଣାଯାଇଛି। ଯାତ୍ରୀମାନଙ୍କୁ କରୋନା ସଂପର୍କିତ ତଥ୍ୟ ଷ୍ଟେସନରେ ଲାଗିଥିବା ଡିସ୍‌ପ୍ଲେ ମାଧ୍ୟମରେ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅନ୍ୟ ଯାତ୍ରୀଙ୍କ ଠାରୁ ଦୂରେଇ ରଖିବାକୁ ପରାମର୍ଶ ହୋଇଛି। ମେଡିକାଲରେ ଦକ୍ଷ ଟିମ୍‌ ଦ୍ୱାରା ସ୍ୱତନ୍ତ୍ର ଓ୍ଵାର୍ଡରେ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ହୋଇଛି।

ସେହିଭଳି ଉପଖଣ୍ଡସ୍ତରୀୟ ମେଡିକାଲ ଓ ରେଳବାଇ ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ହୋଇଛି। ଏତଦ୍‌ ବ୍ୟତୀତ ଅନ୍ୟ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର