ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଏକ ଦମ୍ପତିଙ୍କ ବ୍ୟାଗ୍ ଚୋରି ହୋଇଯିବାରୁ ଏବେ ରେଳବାଇକୁ ଏଥିପାଇଁ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଜଣା ପଡ଼ିଛି । ବ୍ୟାଗ୍ ଚୋରି ପରେ ଦମ୍ପତି ରେଳବାଇକୁ ଏ ନେଇ ଜରିମାନା ଦେବା ପାଇଁ ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷପ ନେଇ ନଥିଲା ରେଳବାଇ । ଶେଷରେ ଖାଉଟି ଅଦାଲତର ହସ୍ତକ୍ଷପ ପରେ ଏବେ ଦମ୍ପତିଙ୍କୁ ଜରିମାନା ଆକାରରେ ରେଳବାଇ ତରଫରୁ ୫ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି ଖାଉଟି ଅଦାଲତ।
୫ଲକ୍ଷ ଟଙ୍କା ଜରିମାନା ସହ ନ୍ୟାୟ ପାଇବା ପାଇଁ ଦମ୍ପତି କରିଥିବା ଖର୍ଚ୍ଚକୁ ଆଖି ଆଗରେ ରଖି ୮ହଜାର ଅତିରିକ୍ତ ଟଙ୍କା ଦେବା ପାଇଁ ରେଳବାଇକୁ ନିର୍ଦ୍ଦେଶ ଦେଇଛି ଖାଉଟି ଅଦାଲତ । ଟ୍ରେନରେ ଯାତ୍ରୀମାନଙ୍କର ଏବଂ ସେମାନଙ୍କ ଜିନିଷର ଧ୍ୟାନ ରଖିବା ରେଳବାଇର ଦାୟିତ୍ୱ ହୋଇଥିବା ବେଳେ ଏଥିରେ ଉତ୍ତର ଦାୟିତ୍ୱ ବହନ କରିବାରେ ରେଳବାଇ ବିଫଳ ହୋଇଥିବାରୁ ଏଭଳି ପଦକ୍ଷପ ନେଇଛି ଖାଉଟି ଅଦାଲତ ।
ସୂଚନା ମୁତାବକ, ଜମ୍ମୁ ଏକ୍ସପ୍ରେସ୍ର ଦ୍ୱିତୀୟ ଏସିରେ ଶୈଲେଶ ଭାଇ ଏବଂ ମୀନାବେନ୍ ଯାତ୍ର କରୁଥିବା ବେଳେ ସେମାନଙ୍କ ବ୍ୟାଗ୍ଟି ଚୋରି ହୋଇ ଯାଇଥିଲା । ଯେଉଁଥିରେ ନଗଦ ୨ଲକ୍ଷ ଟଙ୍କା ଏବଂ ସୁନା ଗହଣା ରହିଥିଲା ।
/sambad/media/post_attachments/wp-content/uploads/2018/06/dc-Cover-ln74lik8g3t50ifu4eco1edqa3-20170422013123.Medi_-300x168.jpeg)
ବ୍ୟାଗ ଚୋରି ହେବା ପରେ ଦମ୍ପତି ରେଳବାଇକୁ ଏ ନେଇ ସୂଚନା ଦେବା ପରେ ରେଳବାଇ ଏହି ଅଭିଯୋଗକୁ ସେତେ ଗମ୍ଭୀରତାର ସହ ନେଇ ନଥିଲ । ଏହା ପରେ ବାଧ୍ୟ ହୋଇ ଦମ୍ପତି ଦିଲ୍ଲୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପରେ ରେଳବାଇକୁ ଲିଗାଲ୍ ନୋଟିସ ପଠାଯିବା ପରେ ଉତ୍ତର ରେଳବାଇ ଦମ୍ପତିଙ୍କୁ ୫ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ମନା କରି ଦେଇଥିଲା । ପରେ ଅନ୍ୟ କିଛି ଉପାୟ ନ ପାଇ ଶୈଲେଶ ଭାଇ ଏବଂ ମୀନାବେନ୍ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଚୋରି ହୋଇଥିବା ବ୍ୟାଗ୍ ଭିତରେ ଥିବା ଗହଣା ଏବଂ ଅନ୍ୟ ଜିନିଷର ରିସିପ୍ଟ ଦେଖିବା ପରେ ରେଳବାଇକୁ ୫ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।