ପ୍ରବଳ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆରେ ନୂଆବର୍ଷ ଉତ୍ସବ ଫିକା ପଡ଼ିଲା

ସିଡନି : ନୂଆ ବର୍ଷକୁ ସ୍ୱାଗତ କରିବାକୁ ବିଶ୍ୱବାସୀ ପ୍ରସ୍ତୁତ ହୋଇଗଲେଣି । ପ୍ରଥମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ନୂଆ ବର୍ଷ ପ୍ରବେଶ କରିଛି । ଏଥିପାଉଁ ଏହି ଦୁଇ ଦେଶରେ ଉତ୍ସବ ଆରମ୍ଭ ହୋଇଗଲାଣି । କିନ୍ତୁ ପ୍ରବଳ ବର୍ଷା ଅଷ୍ଟ୍ରେଲିଆରେ ନୂଆବର୍ଷ ମଉଜକୁ ପାଣିଚିଆ କରିଦେଇଛି । ବିଶେଷକରି ସିଡନିଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଆତସବାଜୀ ଉତ୍ସବ ଫିକା ପଡିଯାଇଛି । ୩୧ ତାରିଖ ମଧ୍ୟରାତ୍ରୀରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିଲା ।

 

ଏହା ଅନୁରୂପ ଆଜି ବଜ୍ରପାତ ସହ ସିଡନୀ ଓ ଅଷ୍ଟ୍ରେଲିଆର ଆଉ କେତେକ ଅଂଚଳରେ ପ୍ରବଳ ବର୍ଷା ଚାଲିଛି । ଏହା ଫଳରେ ସିଡନୀରେ ନୂଆ ବର୍ଷ ଉତ୍ସବକୁ କମାଇଦିଆଇଛି । ତେବେ ପ୍ରସିଦ୍ଧ ଆତସବାଜୀ କାର୍ଯ୍ୟକ୍ରମ ବେଳକୁ ବର୍ଷା ଛାଡିବାରୁ ଏହା ଅନୁଷ୍ଠିତ ହୋଇଛି । କେତେକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । ଫଳରେ ଏହି ଉତ୍ସବକୁ ଦେଖବାକୁ ସାରା ବିଶ୍ୱରୁ ସିଡନୀରେ ପହଞ୍ଚିଥିବା ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି ।

ସମ୍ବନ୍ଧିତ ଖବର