ତାଇଓ୍ଵାନ୍‌ରେ ରେକର୍ଡ :୯ଘଣ୍ଟାର ଇନ୍ଦ୍ରଧନୁ

ଇପେଇ: ମଙ୍ଗଳବାର ତାଇଓ୍ଵାନ ରାଜଧାନୀ ତାଇପେଇରେ ରେକର୍ଡ ୯ଘଣ୍ଟାର ଇନ୍ଦ୍ରଧନୁ ଦେଖିବାକୁ ମିଳିଛି । ପରିବେଶ ବିଭାଗର ସୂଚନା ମୁତାବକ ଏହି ବିରଳ ଇନ୍ଦ୍ରଧନୁ ସକାଳ ୬ ଟା ୫୭ ମିନିଟରୁ ଆରମ୍ଭ କରି ଅପରାହ୍ନ ୩ ଟା ୫୫ ମିନିଟ ଯାଏଁ ଦୃଶ୍ୟମାନ ହୋଇଥିଲା । ୨୩ ବର୍ଷ ପୂର୍ବେ ୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ଇଂଲଣ୍ଡରେ ଦେଖାଦେଇଥିବା ୬ ଘଣ୍ଟାର ଇନ୍ଦ୍ରଧନୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନପାଇଥିଲା । ମିଳିଥିବା ସୂଚନା ମୁତାବକ ଇନ୍ଦ୍ରଧନୁ ସାଧାରଣତଃ ୧ଘଣ୍ଟା ବା ତା’ଠାରୁ କମ୍‌ ସମୟ ପାଇଁ ଆକାଶରେ ଦୃଶ୍ୟମାନ ହୋଇଥାଏ। ତାଇଓ୍ଵାନରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ଫଳରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ବାୟୁମଣ୍ଡଳରେ ମଧ୍ୟ ଆର୍ଦ୍ରତା ରହୁଛି । ସେଥିପାଇଁ ଏହି ଇନ୍ଦ୍ରଧନୁ ଦେଖାଯାଇଛି ବୋଲି ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବିରଳ ଇନ୍ଦ୍ରଧନୁ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବ ବୋଲି ଚୀନ୍‌ ସଂସ୍କୃତି ବିଶ୍ୱବିଦ୍ୟାଳୟର ପରିବେଶ ବିଭାଗ ପ୍ରଫେସର ଚାଉ କୁନ୍‌ ସୁଆନ କହିଛନ୍ତି ।

ସମ୍ବନ୍ଧିତ ଖବର