ବର୍ଷା ଯୋଗୁଁ ଡେରାଡୁନ୍‌ ଏୟାର୍‌ପୋର୍ଟରେ ଚାରି ଘଣ୍ଟା ଅଟକି ରହିଲେ ପ୍ରଧାନମନ୍ତ୍ରୀ ମୋଦି

ଡେରାଡୁନ୍‌: ଗୁରୁବାର ସକାଳେ ପ୍ରବଳ ବର୍ଷା ଏବଂ ଦୃଶ୍ୟତା କମ୍‌ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନ୍‌ର ଜଲି ଗ୍ରାଣ୍ଟ୍‌ ବିମାନବନ୍ଦରରେ ପ୍ରାୟ ୪ ଘଣ୍ଟା କାଳ ଅଟକି ରହିଥିଲେ।

ଦିନ ପ୍ରାୟ ୧୧ଟା ବେଳେ ସେ ସେଠାରୁ କର୍ବେଟ୍‌ ଟାଇଗର୍‌ ରିଜର୍ଭକୁ ଯାଇଥିଲେ। ସେ ଯାତ୍ରା କରୁଥିବା ଏମ୍‌ଆଇ୧୭ ହେଲିକପ୍ଟର୍‌ଟି କାଲାଗଡ଼ ଠାରେ ଅବତରଣ କରି ସେଠାରୁ ରିଜର୍ଭର ଧିକାଲା ଜୋନ୍‌କୁ ଯିବେ। ସେଠାରେ ସେ ଏକ ସଭାରେ ଅଂଶ ଗ୍ରହଣ କରିପାରନ୍ତି।

ମୋଦି ବିମାନବନ୍ଦରସ୍ଥିତ ସେଫ୍‌ ହାଉସ୍‌ରେ ବସି ରହିଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅପରାହ୍ଣ ୩ଟାରେ ପ୍ରଧାନମନ୍ତ୍ରୀ ଉଦ୍ଦାମ ସିଂହ ନଗର ଜିଲ୍ଲା ଅନ୍ତର୍ଗତ ରୁଦ୍ରପୁର ଠାରେ ପହଞ୍ଚିବେ। ସେଠାରେ ସେ ୩, ୪୦୦ କୋଟି ଟଙ୍କା ମୂଲ୍ୟର ଦେଶର ପ୍ରଥମ ସମନ୍ଵିତ ସମବାୟ ଉନ୍ନୟନ ପ୍ରକଳ୍ପର ଘୋଷଣା କରିବେ। ସମବାୟ, କୃଷି ଓ ତତ୍‌ସମ୍ପର୍କୀୟ କ୍ଷେତ୍ରର ଉନ୍ନତି କରାଇ
ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଉନ୍ନତ କରାଇବା ଏହି ଯୋଜନାର ଲକ୍ଷ।

ପ୍ରଧାନମନ୍ତ୍ରୀଙ୍କ ସକାଳ ଗସ୍ତ ସରକାରୀ ଗସ୍ତ ହୋଇ ନ ଥିବାରୁ ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ କିଂବା ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଯାଇ ନ ଥିଲେ।

ସମ୍ବନ୍ଧିତ ଖବର