ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫତେହପୁର ସିକ୍ରି ଆସନରୁ ନିର୍ବାଚନରେ କଂଗ୍ରେସ କମିଟି ଅଧ୍ୟକ୍ଷ ରାଜ ବବର ପରାଜିତ ହେବାପରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରାଜ ବବର ନିଜ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ ଦଳ ଉତ୍ତର ପ୍ରଦେଶରେ ଶୋଚନୀୟ ପରାଜୟ ଲାଗି ନିଜକୁ ଦାୟୀ କରି ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ରାଜ ବବର ବିଜେପିର ରାଜକୁମାର ଚାହରଙ୍କଠାରୁ ତିନି ଲକ୍ଷ ଭୋଟରେ ପରାଜିତ ହୋଇଛନ୍ତି ।

ରାଜ ବବର ଟୁଇଟ କରି କହିଛନ୍ତି, ‘ଜନତାଙ୍କ ବିଶ୍ୱାସ ଜିତିବା ପାଇଁ ବିଜେତାଙ୍କୁ ଅଭିନନ୍ଦନ । କିନ୍ତୁ ୟୁପିରେ କଂଗ୍ରେସ ପାଇଁ ଫଳାଫଳ ନୈରାଶ୍ୟଜନକ ଥିଲା । ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କରିପାରିନଥିବାରୁ ମୁଁ ଦୁଃଖିତ । ଏହା ସହ ମୁଁ କଂଗ୍ରେସ କମିଟି ଅଧ୍ୟକ୍ଷ ରାଜ ବବର ଇସ୍ତଫା ପତ୍ର ପ୍ରଦାନ କରିଛି।’ ଏଠାରେ ସୂଚନାଯୋଗ୍ୟ ଯେ ରାଜ ବବର ଆଗରୁ ସମାଜବାଦୀ ପାର୍ଟିରେ ଥିଲେ। ସେ ବେଶ କିଛି ବର୍ଷ ଧରି କଂଗ୍ରେସରେ ଅଛନ୍ତି।

ସମ୍ବନ୍ଧିତ ଖବର