‘ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌’ ମାମଲାରେ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜ୍‌ ଥାକ୍‌ରେ

ମୁମ୍ବାଇ: ସମ୍ପୃକ୍ତ ଅଞ୍ଚଳରେ ପୁଲିସ ନିରାପତ୍ତା ବଳୟ ମଧ୍ୟରେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ତଦନ୍ତ ମାମଲାରେ ପଚରା ଉଚୁରାର ସମ୍ମୁଖୀନ ହେବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଥାକ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଦଳୀୟ କର୍ମୀମାନେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ଥାକ୍‌ରେଙ୍କ ବାସଭବନ ଏବଂ ଦକ୍ଷିଣ ମୁମ୍ବାଇରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଶିବାଜୀ ପାର୍କସ୍ଥିତ ‘କୃଷ୍ଣ କୁଞ୍ଜ’ ବାସଭବନରୁ ଥାକ୍‌ରେଙ୍କ ପତ୍ନୀ ଶର୍ମିଳା, ପୁଅ ଅମିତ ଏବଂ ଝିଅ ଊର୍ବଶୀ ମଧ୍ୟ ତାଙ୍କ ସହିତ ଯାଇଥିଲେ।

Image Source: Hindustan Times

ଥାକ୍‌ରେଙ୍କ ସହ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟଳୟକୁ ଯିବା ଲାଗି ଆଜି ପ୍ରତ୍ୟୁଷରେ ବାଲା ନନ୍ଦଗାଓଁକର୍‌ ଏବଂ ଅବିନାଶ ଅବ୍ୟଙ୍କରଙ୍କ ଭଳି ଏମ୍‌ଏନ୍‌ଏସ୍‌ର ଶୀର୍ଷସ୍ତରୀୟ ନେତୃବୃନ୍ଦ ଥାକ୍‌ରେଙ୍କ ଘରେ ପହଞ୍ଚି ଥିଲେ।

ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ଗ୍ରୁପ୍‌ରେ ଆର୍ଥିକ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଥାକ୍‌ରେଙ୍କୁ ନୋଟିସ୍‌ ଜାରି କରିଥିଲ। ଥାକ୍‌ରେ ହେଉଛନ୍ତି କୋହିନୂର ସିଟିଏନ୍‌ଏଲ୍‌ର ପ୍ରତିଷ୍ଠାତା ଅଂଶୀଦାର। କୋହିନୂର ସିଟିଏନ୍‌ଏଲ୍‌ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ୨୨୫ କୋଟି ଟଙ୍କା ବିନିଯୋଗ କରିଛି।

ସମ୍ବନ୍ଧିତ ଖବର