ପାକିସ୍ତାନ ଏବଂ ବାଂଲାଦେଶର ଅନୁପ୍ରବେଶକାରୀମାନଙ୍କୁ ଦେଶରୁ ବାହାର କରିବା ଦରକାର: ରାଜ ଠାକରେ

ମୁମ୍ବାଇ: ଭାରତରୁ ପାକିସ୍ତାନ ଏବଂ ବାଂଲାଦେଶର ଅନୁପ୍ରବେଶକାରୀମାନଙ୍କୁ ବାହାର କରିବା ଦରକାର ବୋଲି । ଏମଏନଏସ ମୁଖ୍ୟ ରାଜ୍ ଠାକରେ କହିଛନ୍ତି। ସେ ନାଗରିକତା ସଂଶୋଧନ ଆଇନର ସମର୍ଥନରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,‘ ମୁଁ ଜଣେ ମରାଠୀ ଏବଂ ହିନ୍ଦୁଭାରତରେ ରହୁଥିବା ମୁସଲମାନ ମଧ୍ୟ ଆମର, କିନ୍ତୁ ପାକିସ୍ତାନ ଏବଂ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଭାରତରେ ରହିବାର ଅଧିକାର ନାହିଁ।’

ରାଜ ଠାକରେ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିଛନ୍ତି । ଏହା ଉପରେ ସେ କହିଛନ୍ତି, ‘ଯେତେବେଳେ ମୋତେ ଲାଗେ ଯେ ସେ ଯାହା କରୁଛନ୍ତି ତାହା ଠିକ ନୁହେଁ, ତେବେ ମୁଁ ତାଙ୍କର ସମାଲୋଚନା କରୁଛି । କିନ୍ତୁ ଏବେ ସେ ଭଲ କାମ କରୁଛନ୍ତି ତେଣୁ ମୁଁ ପ୍ରଂଶସା କରୁଛି ।’

image source-aajtak

ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜନ୍ମଦିନ ଅବସରରେ ଏମଏନଏସ୍ ଦଳ ନିଜର ପତାକାକୁ ଗୈରିକ ରଙ୍ଗ କରିବା ସହିତ ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରାର ଫଟୋକୁ ବି ଏଥିରେ ସ୍ଥାନ ଦେଇଥିଲା। ବୀର ସାବରକରଙ୍କ ଫଟୋକୁ ବି ମଞ୍ଚରେ ରଖାଯିବାର ଦେଖିବାକୁ ମିଳିଥିଲା। ନିଜର ନିର୍ଭିକ ଭାଷଣ ଏବଂ ବୟାନ ପାଇଁ ପରଚିତ ରାଜ ଠାକରେ କହିଥିଲେ ଯେ ଗେରୁଆ ତାଙ୍କର ଡିଏନଏରେ ରହିଛି ।

ଏମଏନଏସ ମୁଖ୍ୟ ରାଜ୍ ଠାକରେ ପୁଅ ଅମିତ ଠାକରେଙ୍କୁ ରାଜନୀତିକୁ ଆଣିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟଙ୍କର ମୁକାବିଲା କରିବେ ବୋଲି ଏଥିରେ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର