କୃଷିଋଣ ଛାଡ କଲେ ରାଜସ୍ଥାନର କଂଗ୍ରେସ ସରକାର

ଜୟପୁର : ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସ କୃଷିଋଣ ଛାଡ ଉପରେ ନିଜର ସର୍ବାଧିକ ଗୁୁରୁତ୍ୱ ପ୍ରଦାନ କରୁଛି । ତିନି ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଶାସନ କ୍ଷମତାକୁ ଆସିବା ପରେ କଂଗ୍ରେସ ଯୁଦ୍ଧକାଳୀନଭିତ୍ତିରେ କୃଷିଋଣ ଛାଡ ବିଷୟରେ ଘୋଷଣା କରୁଛି । ମଧ୍ୟପ୍ରଦେଶ ଓ ଛତିଶଗଡ଼ ପରେ ଆଜି ରାଜସ୍ଥାନ ସରକାର କୃଷିଋଣ ଛାଡ କରିଛନ୍ତି । କୃଷକମାନଙ୍କର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣଛାଡ କରାଯିବ ।

ଏହା ଦ୍ୱାରା ରାଜ୍ୟର ପ୍ରାୟ ୫୦ ଲକ୍ଷ କୃଷକ ଉପକୃତ ହେବେ । ଏ ସଂପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ଏହି ଋଣଛାଡ ଫଳରେ ରାଜ୍ୟ ଉପରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ । କୃଷିଋଣ ଛାଡ ପ୍ରତିଶ୍ରୁତି ଦେଇ କଂଗ୍ରେସ ଏହି ୩ଟି ରାଜ୍ୟରେ କ୍ଷମତାକୁ ଆସିଛି । ସରକାରକୁ ଆସିବାର ମାତ୍ର ୧୦ ଦିନ ମଧ୍ୟରେ କୃଷିଋଣ ଛାଡ କରିବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ଗତ ୧୭ ତାରିଖ ଦିନ ଶପଥ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କମଳନାଥ କୃଷିଋଣଛାଡ କରିଥିଲେ ।

ସମ୍ବନ୍ଧିତ ଖବର