ରାଜସ୍ଥାନରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୬ ମୃତ, ୧୯ ଆହତ

ଅଜମେର: ରାଜସ୍ଥାନର ଅଜମେର ଜିଲ୍ଲାର ବେଓ୍ଵାର ସହରରେ ଆଜି ଏକ ବିବାହ ଉତ୍ସବରେ ଦୁଇଟି ଗ୍ୟାସ ସିଲିଣ୍ଡରର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଏବଂ ଜଣେ ମହିଳା ରହିଛନ୍ତି। ଅପରପକ୍ଷେ, ଆହୁରି ୧୩ ଜଣ ନିଖୋଜ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଭୁଶୁଡ଼ିପଡ଼ିଥିବା କୋଠା ତଳୁ ନିଖୋଜମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର