ରାଜସ୍ଥାନ: ବାଟରେ ପଡ଼ିଥିବା ୨ ବାଲାଟ ୟୁନିଟକୁ ଜବତ କଲା ପ୍ରଶାସନ, ୨ ନିଳମ୍ବିତ

ବାରନ: ରାଜସ୍ଥାନର ବାରନ  ଜିଲ୍ଲାର କିସାନଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳିର ଦୁଇଟି ବାଲଟ୍‌ ୟୁନିଟ ରାସ୍ତାରେ ପଡ଼ିଥିବା ବେଳେ ଏହାକୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୂର୍ଣ୍ଣ ଦାୟିତ୍ୱହୀନତା ପାଇଁ  ନିର୍ବାଚନ ଅଧିକାରୀ ଦୁଇଜଣ କର୍ମଚାରୀଙ୍କୁ ନିଳମ୍ବିତ କରିଛନ୍ତି।

ବାରନ ଜିଲ୍ଲା  ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏସପି ସିଂହଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,  କିସନଗଞ୍ଜ ନିର୍ବାଚନ ମଣ୍ଡଳିର ଶାହାବାଦ ରାସ୍ତାରେ ଗତକାଲି (ଶୁକ୍ରବାର) ରାତିରେ ଦୁଇଟି ବାଲାଟ ୟୁନିଟ୍‌ ପଡ଼ିଥିବା ଜଣାପଡ଼ିଥିଲା। ଏହି ଖବର ପାଇବା ପରେ  ପୁଲିସ ଓ ପ୍ରଶାସନ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇଟି ବାଲାଟ ୟୁନିଟ୍‌କୁ ଜବତ କରିଥିଷଳ। ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜବତ ହୋଇଥିବା ଏହି ଦୁଇଟି ବାଲାଟ ୟୁନିଟ୍‌କୁ ସୁରକ୍ଷିତ ଭାବେ କିସନଗଞ୍ଜ  ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ତେବେ ବାଲାଟ ୟୁନିଟ୍‌ କିପରି ରାସ୍ତାରେ ପଡ଼ିଲା ତାର ତୁରନ୍ତ ତଦନ୍ତ କରି ରିପୋର୍ଟ କରିବାକୁ କିଶନଗଞ୍ଜ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିିଲା। ଏହି ଘଟଣାରେ  କିସନଗଞ୍ଜ ଉପଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ଆଧାରରେ  ଶ୍ରୀ ସିଂହ ଦୁଇଜଣ ସରକାରୀ କର୍ମଚରୀଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି।  ନିଳମ୍ବତ ଦୁଇ ସରକାରୀ କର୍ମଚାରୀ ହେଉଛନ୍ତି ଅବଦୁଲ ରଫିକ୍‌ ଓ ପଟଓ୍ଵାରି ନବଲ ସିଂହ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର