ଏବେ ମହିଳାମାନଙ୍କୁ ମିଳିବ ଫୋନ୍ ଓ ମାଗଣା ଓ୍ଵାଇ-ଫାଇ, ସରକାରଙ୍କ ନିର୍ବାଚନୀ ଥୋପ
ଜୟପୁର : ଏବେ ମହିଳାମାନଙ୍କୁ ଫୋନ ସହ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ରାଜସ୍ଥାନ ସରକାର ଏହି ଘୋଷଣା କରିଥିବା ବେଳେ ଭାମାଶାହ ଯୋଜନା ଅନୁଯାୟୀ ଏହି ସୁବିଧା ଦିଆଯିବ । ରାଜସ୍ଥାନର ୫ ହଜାର ଗ୍ରାମ ପଞ୍ଚାୟତରେ ମହିଳାଙ୍କୁ ଫୋନ ଏବଂ ମାଗଣା ଓ୍ଵାଇ-ଫାଇର ସୁବିଧା ଯୋଗାଇ ଦେବାକୁ ଯାଉଛନ୍ତି ରାଜସ୍ଥାନ ସରକାର, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରାଜସ୍ଥାନରେ ଏ ବର୍ଷ ୨୦୦ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଯେଉଁଥି ପାଇଁ ବିଜେପି ସମେତ ଅନ୍ୟ ଦଳଗୁଡ଼ିକ ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଆରମ୍ଭ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମତଦାତାଙ୍କୁ ଲୋଭ ଦେଖାଇବା ପାଇଁ ଭାମାଶାହ ଯୋଜନାକୁ ମାଧ୍ୟମ କରି ମହିଳାଙ୍କୁ ଏହି ସୁବିଧା ଯୋଗା ଯାଉଛି ବୋଲି ଅନେକ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏ ନେଇ ରାଜ୍ୟ ସରକାର ରିଲାଏନ୍ସ ଜିଓ ସହ ମିଶି ଜିଓ ଭାମାଶାହ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଜଣାପଡ଼ିଛି। ଚଳିତ ସପ୍ତାହରେ ଏହା ଲାଗୁ କରାଯାଇପାରେ ବୋଲି ସୂଚନା ମିଳିଛି । ଅଗଷ୍ଟ୧୫, ୨୦୧୪ରେ ଭାମାଶାହା ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଏବେ ଏହାକୁ ମାଧ୍ୟମ କରି ନେତାମାନେ ଭୋଟ ହାସଲ କରିବାରେ ଲାଗି ପଡ଼ିଛନ୍ତି ।