କୃଷ୍ଣସାର ମୃଗ ଶିକାର ମାମଲା: ପାଞ୍ଚଜଣ ଫିଲ୍ମ ଷ୍ଟାରଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ରାଜସ୍ଥାନରେ ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଚାରିଜଣ ଫିଲ୍ମ ଷ୍ଟାରଙ୍କୁ ସୋମବାର ରାଜସ୍ଥାନ ହାଇକୋର୍ଟଙ୍କ ନୋଟସ୍‌ ମିଳିଛି। ଏଥିରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ, ତବୁ, ନିଲମ ସୈଫ୍‌ଅଲ୍ଲୀ ଖାନ୍‌ ଓ ଦୁଷ୍ୟନ୍ତ ସିଂହଙ୍କ ନାମ ସାମିଲ ରହିଛି। କୃଷ୍ଣସାର ମୃଗ ଶିକାର ମାମଲାରେ ବିଲିଉଡ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଯୋଧପୁର କୋର୍ଟ ଦୋଷୀସାବ୍ୟସ୍ତ କରିଥିଲା ବେଳେ ସୋନାଲି ବେନ୍ଦ୍ରେ, ତବୁ, ନିଲମ ଦୁଷ୍ୟନ୍ତ ସିଂହ, ଓ ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ଛାଡ଼ି ଦେଇଥିଲେ। ୧୯୯୮ ଅକ୍ଟୋବର ୨ରେ ବିଶ୍ରୋଇ ଗ୍ରାମର ଲୋକମାନେ ଅଭିନେତା ସଲମାନ ଖାନ୍‌ ଓ ସିନେମା ‘ହମ ସାଥ୍‌ ସାଥ୍‌ ହୈ’ର ତାଙ୍କ କୋ-ଷ୍ଟାର ବିରୋଧରେ ମାମଲା ରୁଜୁ କରିଥିଲେ।

 

ସୂଚନାଯୋଗ୍ୟ, ରାଜସ୍ଥାନ ହାଇକୋର୍ଟ ସିଜେଏମ ଅଦାଲତ ସୋନାଲି ବେନ୍ଦ୍ରେ, ତବୁ, ନିଲମ ଦୁଷ୍ୟନ୍ତ ସିଂହ, ଓ ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ଛାଡ଼ିବା ନେଇ ସରକାରଙ୍କ ପକ୍ଷରୁ ରୁଜୁ ହୋଇଥିବା ଆବେଦନ ଉପରେ ସୈଫ ଅଲି ଖାନ୍‌, ସୋନାଲି ବେନ୍ଦ୍ରେ, ନିଲମ, ଓ ତବ୍ଦୁଙ୍କୁ ନୂଆ ନୋଟିସ ଜାରି କରାଯାଇଛି। ଏହି ମାମଲା ଉପରେ ଏବେ ୮ସପ୍ତାହ ପରେ ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର